ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ଓଡିଆ ଯୁବକ ଅମନ୍ ଛତ୍ରିଆ -ଗୋଟିଏ ମିନିଟରେ ସବୁଠୁ ଅଧିକ କିପ୍ ଅପସ କରି କଲେ ରେକର୍ଡ
14/12/2019 at 10:42 PM

ଭୁବନେଶ୍ୱର ୧୪।୧୨-ନିଜର ପରିଶ୍ରମ, ଉଦ୍ୟମ ପାଇଁ ଗିନିଜ ୱ।ର୍ଲଡ଼ ବୁକ୍ ରେ ନିଜ ନାଁ ଲେଖାଇଛନ୍ତି ଓଡ଼ିଆ ଯୁବକ ଅମନ୍ ଛତ୍ରୀଆ । ଗୋଟିଏ ମିନିଟରେ ସବୁଠୁ ଅଧିକ କିପସ ଅପ କରି ସେ ଏହି ରେକର୍ଡ କରିଛନ୍ତି । ଅମନ ଦୁଇ ପ୍ରକାରର କିପସ ଅପ କରିଛନ୍ତି । ଗୋଟିଏ ମିନିଟରେ ୱିଥ୍ ହ୍ୟାଣ୍ଡରେ ୪୭ ଏବଂ ୱିଥ ଆଉଟ୍ ହ୍ୟାଣ୍ଡରେ ୩୭ ଥର କିପ୍ସ ଅପ କରି ସମସ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତି ଅମନ । ପୂର୍ବରୁ ଏହି ରେକର୍ଡପାକିସ୍ତାନ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ନାଁରେ ଥିଲା । ପାକିସ୍ତାନ ପ୍ରଥମେ ଉଇଥ୍ ହ୍ୟାଂଡ଼ରେ ୪୧ ଟି କିପ ଅପସ୍ କରିଥିବା ଥିବା ବେଳେ ପରେ ଇଜିପ୍ଟର ନାଗରିକ ୪୪ ଟି କିପ୍ ଅପସ୍ କରିଥିଲେ ।

ଅମନ୍ ଛତ୍ରୀଆଙ୍କ ଘର ବଲାଙ୍ଗୀର ଜିଲା କଣ୍ଟାବାଞ୍ଝୀ ତୁରେଇକେଲାରେ । ତାଙ୍କୁ ମାତ୍ର ୨୦ ବର୍ଷ ବୟସ । ଭୁବନେଶ୍ବର ହାଇଟେକ୍ କଲେଜ୍ ଅଫ୍ ଫାର୍ମାସୀରେ ସେ ପାଠ ପଢୁଛନ୍ତି । ଜିମ୍ ରେ ସମୟ କାଟିବାକୁ ତାଙ୍କୁ ଭଲ ଲାଗେ । ଅଗଷ୍ଟ ୧୩ ତାରିଖରେ ଅମନ କିପ୍ ଅପସ୍ ର ଭିଡ଼ିଓ କରିଥିଲେ ।

ପରେ ଏହି ଭିଡ଼ିଓକୁ ଗିନିଜ ୱ।ର୍ଲଡ଼ ବୁକ୍ କୁ ପଠାଇବା ପରେ ଚଳିତ ମାସ ୮ ତାରିଖ ଦିନ ତାଙ୍କୁ ଗିନିଜ୍ ୱ।ଲର୍ଡ଼ ବୁକ୍ ରେ ସ୍ଥାନ ମିଳିଥିଲା । ଅମନ୍ ଙ୍କ ଏହି ସଫଳତା ପଛରେ ପଞ୍ଚ ମ୍ୟାନ ଅଫ୍ ଓଡ଼ିଶା ସତ୍ୟପ୍ରୀୟ ପ୍ରଧାନ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଚିତ୍ତରଂଜନ ସାହାନୀ, ଟାଇମ୍ କିପର ଗଜେନ୍ଦ୍ର ବାରିକ ଏବଂ ଜଗଦେବ ଶର୍ମାଙ୍କ ହାତ ରହିଛି ବେ।ଲି ସେ କହିଛନ୍ତି ।

ପାଠ ପଢିବା ସହିତ ଅମନ୍ ତାଙ୍କ ଦୃଢ ଇଛାଶକ୍ତ ବଳରେ ଆଜି ଏଭଳି କିର୍ତୀମାନ ସ୍ଥାପନ କରିପାରିଛନ୍ତି । ସଫଳତା ପାଇଁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ ।
