Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଭୁବନେଶ୍ୱର ଉପକଣ୍ଠ ବିଶ୍ୱନାଥପୁରର ଜଣେ ସଫଳ ଚାଷୀ ନିଜ ଖର୍ଚ୍ଚରେ ତିଆରି କରିଛନ୍ତି ମୋଦିଙ୍କ ଗୀତ “ମେଁ ଭି ଚୌକିଦାର ହୁଁ, ଦେଶ କା ପୁକାର ହୁଁ, ମୋଦି ଜି କେ ସାଥ ହୁଁ” : ଜାଣନ୍ତୁ କିଏ ସେ ଚାଷୀ

8/04/2019 at 11:41 AM

ବାଲିପାଟଣା ୮/୪ : ସଫଳ ଚଷୀ ମୋଦିଙ୍କ ଫ୍ୟାନ । ନିଜ ଖର୍ଚ୍ଚରେ ତିଆରି କରିଛନ୍ତି ଚୌକିଦାର ଗୀତ ଯେଉଁଥିରେ ଗୀତ ରଚନା, ସ୍ବର ସଂଯୋଜନା ଏବଂ କଣ୍ଠଦାନ କରିଛନ୍ତି ସଫଳ ଚଷୀ ଉମାଶଙ୍କର । ଯାହା ଭାଇରାଲ ହେବାକୁ ଲାଗିଛି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମେଁ ଭି ଚୌକିଦାର ଏବେ ସମସ୍ତ ମୁହଁରେ ଶୁଣିବାକୁ ମିଳୁଛି । ନିର୍ବ।ଚନ ବିଗୁଲ ବାଜିବା ପରେ ବିଜେପି ନେତା ଘରେ ଘରେ ବୁଲି ପ୍ରଚର କରିବା, ରୋଡ ଶୋ ଏବଂ ବାଇକ୍ ରାଲିରେ ମେଁ ଭି ଚୌକିଦାର ସ୍ଲୋଗାନ ଦେଇଛନ୍ତି । ମାତ୍ର ଜଣେ ସଫଳ ଚଷୀ ମୋଡିଙ୍କ ମେଁ ଭି ଚୌକିଦାରରେ ଅନୁପ୍ରାଣିତ, ମୋଦିଙ୍କୁ ଭଲପାଆନ୍ତି । ସେଥତ୍ପାଇଁ ମୋଦିଙ୍କ ପାଇଁ ଗାଇଛନ୍ତି ଏହି ଗୀତ, ଯାହା ଭାଇରାଲ ହେବାକୁ ଲାଗିଛି ।

ମେଁ ଭି ଚୌକିଦାର ହୁଁ, ଦେଶ କା ପୁକାର ହୁଁ, ମୋଦି ଜି କେ ସାଥ ହୁଁ, ବନ୍ଦେ ମାତରମ୍ । ଏହି ଚୌକିଦାର ଗୀତକୁ ଲେଖଛନ୍ତି ରାଜଧାନୀ ଉପକଣ୍ଠ ବାଲିପାଟଣା ବିଶ୍ବନାଥପୁର ଗ୍ରାମର ଉମାକାନ୍ତ ମହାରଣା । ଖାଲି ଗୀତ ରଚନା କରିନାହାନ୍ତି, ସ୍ବର ସଂଯୋଜନା ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି ଉମାକାନ୍ତ ।

ଗୀତରେ ମୋଦିଙ୍କର ବିଭିନ୍ନ ଯୋଜନା ଉଜ୍ଜଳା, ସ୍ବଚ୍ଛ ଭାରତ ମିଶନ, ଜିଏସ୍.ଟି, ବିଷୟରେ ମଧ୍ୟ ଗୀତରେ ଗୀତରେ ଗାଇଛନ୍ତି ଉମାକାନ୍ତ । ରାହୁଲ ଗାନ୍ଧିଙ୍କ ଚୌକିଦାର ଚୋର ହେ ଟିପ୍ପଣୀ କୁ କାଉଣ୍ଟର ଆଟାକ୍ କରି ଉମାଶଙ୍କର ଗାଇଛନ୍ତି ଚୌଦିକାର ସେର ହେ, ୧୦୦ ପରସଂଟେ ପିଓର ହେ, ରୀଟର୍ଣ୍ଣ ଇସ୍କା ସିଓର ହେ, । ୬ ମିନିଟ୍ ର ଏହି ଗୀତର ସମସ୍ତ ଖର୍ଚ୍ଚ ଉମାଶଙ୍କର କରିଛନ୍ତି ।

କୌଣସି ଦଳ ପାଇଁ ନୁହେଁ, ମୋଦିଙ୍କୁ ଭଲ ପାଆନ୍ତି ଏବଂ ମୋଦିଙ୍କ ପାଇଁ ଗାଇଛନ୍ତି ବୋଲି କହିଛନ୍ତି ଉମାଶଙ୍କର । ସମ୍ବିତ ପାତ୍ର ଉମାଶଙ୍କରଙ୍କର ମୋଦିଙ୍କୁ ଭଲପାଇବା କୁ ପ୍ରଶଂସା କରିଛନ୍ତି ତାଙ୍କ ଟ୍ବିଟର ପେଜରେ ।

ଉମାଶଙ୍କରଙ୍କର ଏହି ଗୀତ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାକୁ ଲାଗିଛି ।


ଆସନ୍ତୁ ଜାଣିବା ଉମାଶଙ୍କର କିଏ । ଉମାଶଙ୍କର ହେଉଛନ୍ତି ବାଲିପାଟଣା ବିଶ୍ବନାଥପୁର ଗ୍ରାମର ବିଲୁଙ୍କେଶ୍ବର ଏବଂ ମନୋରମା ମହାରଣାଙ୍କର ପୁତ୍ର । ତିନି ଭାଇ ମଧ୍ୟରେ ସାନ ହେଉଛନ୍ତି ଉମାଶଙ୍କର । +୨ ପରେ ଅଟୋମୋବାଇଲ୍ ରେ ଡିପ୍ଲୋମା କରିଥିବା ଉମାଶଙ୍କର ପ୍ରାଇଭେଟ୍ ଚକିରୀ ଛାଡି ଚାଷ ପ୍ରତି ମନ ବଳାଇଥିଲେ ।

ପରବର୍ତ୍ତୀ ସମୟରେ ଉନ୍ନତ ମାନର ଚାଷ କରି ସଫଳ ହୋଇଛନ୍ତି । ଚାଷରେ କୌଣସି ରାସାୟନିକ ସାର ପ୍ରୟୋଗ କରନ୍ତିନାହିଁ ଉମାଶଙ୍କର । ଜୌବିକ ପଦ୍ଧତିରେ ଚାଷ କରି ବାର୍ଷିକ ପ୍ରାୟ ୨ ରୁ ୩ ଲକ୍ଷ ରୋଜଗାର କରନ୍ତି । ପୋଟଳ, କଲରା, କାକୁଡି, କାଙ୍କଣ, ଜହ୍ନି, ଭେଣ୍ଡି ଆଦି ଫସଲ କରନ୍ତି ଉମାଶଙ୍କର । ଚାଷରେ ସଫଳ ହୋଇ ଉମାଶଙ୍କର ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

   Related Posts