ରଣଜୀ ମୁକାବିଲାରେ ହରିୟାଣାକୁ ହରାଇଲା ଓଡିଶା , ସୂର୍ଯ୍ୟକାନ୍ତ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌

Published By : Prameya-News7 Bureau | January 14, 2020 IST

ରୋହତକ ୧୪।୦୧: ଚଳିତ ବର୍ଷ ଖେଳାଯାଉଥିବା ରଣଜୀ ମ୍ୟାଚରେ ହରିୟାଣାକୁ ପରାସ୍ତ କରିଛି ଓଡିଶା  । ରୋହତକର ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏକ ମ୍ୟାଚରେ ଓଡିଶା ୧ ଓ୍ବିକେଟରେ ବିଜୟୀ ହୋଇଛି । ହରିୟାଣା ଟସ୍‌ ଜିତି ବ୍ୟାଟି କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପ୍ରଥମ ବ୍ୟାଟିଂ କରିବା ନିଷ୍ପତ୍ତି ଦଳ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥିଲା । ହରିୟାଣା ଦଳ ପ୍ରଥମ ଇନିଂସରେ ୩୧ଓଭର ଖେଳି ସମସ୍ତ ଓ୍ବିକେଟ ହରାଇ ୯୦ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ପାଞ୍ଚ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁପାରିଥିଲେ । ଓପନର ବ୍ୟାଟସମ୍ୟାନ ଶୁଭମନ ରୋହଲିଆ ସର୍ବାଧିକ ୨୦ ରନ କରିଥିଲେ । ତାଙ୍କ ପଛକୁ କ୍ରମାଗତ ଭାବେ ଓ୍ବିକେଟର ପତନ ହୋଇଥିଲା । ହରିୟାଣା ପକ୍ଷରୁ ଶୁଭମନ ରୋହଲିଆ ୫୭ ବଲ୍‌ ଖେଳି ୨୦ରନ୍‌, ଅଙ୍କିତ କୁମାର ୧୦, ପ୍ରମୋଦ ଚାଣ୍ଡିଲା ୧୬, ଆଶିଷ ହୁଡ୍ଡା ୧୨ଓ ଟିନୁ କୁଣ୍ଡୁ ଅପରାଜିତ ୧୫ରନ ସହଯୋଗରେ ଦଳ ୯୦ରନ୍‌ ହୋଇଥିଲା । ପ୍ରଥମ ଇନିଂସରେ ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୬ଟି ଓ୍ବିକଟ ହାସଲ କରିଥିଲେ । ସେହପରି ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ୧ଓ ୨ଟି ଲେଖାଏଁ ଓ୍ବିକେଟ ଶୀକାର କରିଥିଲେ ।

{"id":211025,"width":575,"height":431,"sizeSlug":"large"}

ଓଡିଶା ପ୍ରଥମ ଇଂନିସରେ ଓଡିଶାର ଜବରଦସ୍ତ ବ୍ୟାଟିଂ କରିବାର ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ବିପ୍ଲବ ସାମନ୍ତ୍ରରାୟଙ୍କ ଅର୍ଧଶତକ ବଳୟରେ ଦଳ ୬୧ଓଭର ଖେଳରେ ସମସ୍ତ ଓ୍ବିକେଟ ହରାଇ ୧୬୦ ରନ କରିବାକୁ ସମର୍ଥ ହୋଇଥିଲା । ଓଡିଶା ପକ୍ଷରୁ ପାଞ୍ଚ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁପାରିଥିଲେ । ହରିୟାଣା ପକ୍ଷରୁ ଟିନୁ କୁଣ୍ଡୁ ପ୍ରଥମ ଇଂନିସରେ ସର୍ବାଧିକ ୫ଓ୍ବିକେଟ ହାସଲ କରିଛନ୍ତି ।

ରଣଜୀ ମ୍ୟାଚ୍‌ର ଦ୍ବିତୀୟ ଇଂନିସରେ ହରିୟାଣା ପ୍ରତ୍ୟାବର୍ତ୍ତନ କରିଥିଲା । ଓପନ କରିବାକୁ ଆସିଥିବା ଶୁଭମନ ରୋହଲିଓ ଓ ଅଙ୍କିତ କୁମାର ଶତକୀୟ ପାର୍ଟନସିପ କରିଥିଲେ । ଯାହାଫଳରେ ଦଳ ଏକ ଦୃଢି ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ଦେଖାଯାଇଥିଲା । ହରିୟାଣାର ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟସମ୍ୟାନମାନଙ୍କ ସହଭାଗିତାରେ ଦଳର ସମସ୍ତ ଓ୍ବିକେଟ ହରାଇ ୮୬.୧ ଓଭରରେ ୨୪୮ ରନ କରିବାକୁ ସମର୍ଥ ହୋଇଥିଲା । ୧ୟ ଇନିଂସରେ ମଧ୍ୟ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ଓଡିଶା ପକ୍ଷରୁ ୫ଟି ଓ୍ବିକେଟ ହାସଲ କରିଥିଲେ । ୧୭୯ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓଡିଶା ଟିମ୍‌ ୨ୟ ଇଂନିସରେ ପଡିଆକୁ ଓହ୍ଲାଇଥିଲା । ଓଡିଶା ଟିମ୍‌ ସମ୍ମୁଖରେ ଥିବା ରନ୍‌ ଟାର୍ଗେଟକୁ ୫୮ .୧ଓଭରରେ ୯ଓ୍ବିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଦେଇଛି । ସୁଜିତ ଲେଙ୍କା ୨୮,ସାନ୍ତନୁ ମିଶ୍ର ୧୯, ଗୋବିନ୍ଦ ପୋଦ୍ଦାର ୩୦, ରାଜେଶ ଧୂପର ୩୨,ରାଜେଶ ମହାନ୍ତି ୨୧ , ସୂର୍ଯ୍ୟକାନ୍ତ ପ୍ରଧାନ ୧୨ରନର ସହଭାଗିତରେ ବିଜୟୀ ହୋଇଛି ଓଡିଶା । ୨ୟ ଇନିଂସରେ ହରିୟାଣା ପକ୍ଷରୁ ଅଜିତ ଚାହଲ ସର୍ବାଧିକ ୭ଟି ଓ୍ବିକେଟ ହାସଲ କରିଛନ୍ତି । ତେବେ ଉଭୟ ଇନିଂସରେ ଭଲ ପ୍ରଦର୍ଶନ ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରାଯାଇଛି । ଏହି ମ୍ୟାଚ ବିଜୟ ସହ ଓଡିଶା ଟିମ୍ ଏଲିଟ୍ ଗ୍ରୁପ ସିରେ ୪ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.