ଡିଜିପି କହିଲେ ତମେ ବିଶ୍ରାମ ନିଅ, କିନ୍ତୁ ‘ମମତା’ ଯାହା ଉତ୍ତର ଦେଲେ ତାହା ଜାଣିଲେ ଆପଣଙ୍କ ମୁଣ୍ଡ ନିଶ୍ଚୟ ନଇଁଯିବ

Published By : Prameya-News7 Bureau | April 25, 2020 IST

ମୟୂରଭଞ୍ଜ, ୨୫|୦୪:   କର୍ତ୍ତବ୍ୟ ହିଁ ସବୁଠାରୁ ଆଗରେ । ଯେତେ କଷ୍ଟ ହେଲେ ମଧ୍ୟ କର୍ତ୍ତବ୍ୟ ପାଳନ କରିବା ହିଁ ଧର୍ମ । ଯାହାକୁ ବାସ୍ତବରେ ପ୍ରମାଣିତ କରିଛନ୍ତି ମମତା ମିଶ୍ର ନାମକ ଜଣେ ମହିଳା ପୋଲିସ ଏସଆଇ । ଗର୍ଭବତୀ ହେବା ସତ୍ୱେ ସେ ସମ୍ମୁଖ ଯୋଦ୍ଧା ଭାବେ କରୋନା ଭାଇରସର ମୁକାବିଲା କରୁଛନ୍ତି ।

କରୋନା ଭାଇରସ ଏବେ ଭାରତରେ ଆତଙ୍କ ସୃଷ୍ଟି କରୁଛି ।ଏହାର ସଂକ୍ରମଣ ରୋକିବା ପାଇଁ ସରକାର ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଫଳରେ ଲୋକମାନେ ଘର ମଧ୍ୟରେ ରହିଛନ୍ତି । କିନ୍ତୁ ପୋଲିସ କର୍ମୀମାନେ ଯୋଦ୍ଧା ଭଳି ନିଜର କର୍ତ୍ତବ୍ୟ ତୁଲାଉଛନ୍ତି । ନିଜ ଜୀବନକୁ ବାଜିରେ ଲଗାଇ ସେମାନେ କରୋନା ଭାଇରସ ସହ ଲଢେଇ କରୁଛନ୍ତି । ଏବେ ସୋସିଆଲ ମିଡିଆରେ ଏକ ଗର୍ଭବତୀ ପୋଲିସ ଅଧିକାରୀଙ୍କ ଫଟୋ ଭାଇରାଲ ହୋଇଛି । ସେ ଛୁଟି ନେବା ପରିବର୍ତ୍ତେ କର୍ତ୍ତବ୍ୟ ପାଳନ କରୁଛନ୍ତି । ମହିଳାଙ୍କ ଏହି ଉତ୍ସର୍ଗୀକୃତ ଭାବନାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

{"id":260053,"width":750,"height":422,"sizeSlug":"large"}

ସୂଚନାନୁସାରେ, ଓଡିଶା ପୋଲିସ ଡିଜି ଅଭୟ ଲକଡାଉନ୍ ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଗସ୍ତ କରିଥିଲେ । ଏହି ସମୟରେ ସେ ଜିଲ୍ଲାରେ ମୁତୟନ ଥିବା ଜମେ ଗର୍ଭବତୀ ମହିଳା ଏସଆଇ ମମତା ମିଶ୍ରଙ୍କୁ ଡ୍ୟୁଟି କରୁଥିବା ଦେଖିବାକୁ ପାଇଥିଲେ । କାରଣ ମମତା ନିଜ ସ୍ୱାସ୍ଥ୍ୟ ଅପେକ୍ଷା କର୍ତ୍ତବ୍ୟକୁ ଅଧିକ ଗୁରୁତ୍ୱ ଦେଇତିଲେ । ଏହାକୁ ଦେଖି ଡିଜି ତାଙ୍କୁ ପ୍ରଶଂସା କରିଥିଲେ ।  ଏବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ତାଙ୍କୁ ଫିଲ୍ଡ୍ ବଦଳରେ ଭେଟନାରୀ ଥାନାରେ ମୁତୟନ କରାଯାଇଛି ।

ଆଇପିଏସ ଅଧିକାରୀ ନବନୀତ ସିକେରା ମହିଳା ପୋଲିସ କର୍ମୀଙ୍କ କର୍ତ୍ତବ୍ୟପରାୟଣତାକୁ ପ୍ରଶଂସା କରିଛନ୍ତି । ସେ ମମତାଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ୮ ମାସର ଗର୍ଭବତୀ ଥିବା ଏହି ମହିଳା ପୋଲିସ ଅଫିସର ଡ୍ୟୁଟି କରୁଛନ୍ତି । ଏହି ସମୟରେ ସେ ଆରାମ କରିବା ଦରକାର । ତାଙ୍କ ପାଇଁ କର୍ତ୍ତବ୍ୟ ବଡ । ଡିଜିପି ମଧ୍ୟ ତାଙ୍କୁ ଆରାମ ନେବାକୁ କହିଥିଲେ। ଏହାର ଉତ୍ତରରେ ମମତା କହିଥିଲେ ଯେ, ଯଦି ସେ ଡ୍ୟୁଟି ନକରନ୍ତି ତେବେ ସାରା ଜୀବନ ନିଜକୁ ଦୋଷ ଦେବେ, ତାଙ୍କ ପାଇଁ କର୍ତ୍ତବ୍ୟ ଆଗ ବୋଲି ବିନମ୍ରତାର ସହ କହିଛନ୍ତି । ଏହି ଫଟୋକୁ ଶହଶହ ୟୁଜର ଓ ପୋଲିସ ଅଧିକାରୀ ସେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.