ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ : ଫାଷ୍ଟେଷ୍ଟ ମୁଭିଂ ଷ୍ଟେଟ୍ ତାଲିକାରେ ଓଡିଶା, ମଧ୍ୟମ ବର୍ଗର ସ୍ବଚ୍ଛ ସହରରେ ବ୍ରହ୍ମପୁର ରାଜ୍ୟରେ ନମ୍ବର ଓ୍ବାନ୍

Published By : Prameya-News7 Bureau | August 20, 2020 IST

ଭୁବନେଶ୍ବର ୨୦।୮: ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ପୁରସ୍କାର । ୨ଟି ଜାତୀୟ ପୁରସ୍କାର ପାଇଛି ଓଡିଶା । ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଫାଷ୍ଟେଷ୍ଟ ମୁଭିଂ ଷ୍ଟେଟ୍ ତାଲିକାରେ ଓଡିଶାକୁ ମିଳିଲା ପୁରସ୍କାର । ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଓଡିଶା ଦଶମ ସ୍ଥାନରେ ରହିଛି । ୨୦୧୮ ଏବଂ ୨୦୧୯ରେ ଓଡିଶା ଯଥାକ୍ରମେ ୨୨ ଏବଂ ୧୬ ସ୍ଥାନ ପାଇଥିଲା ।

ସେହିପରି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନକୁ ବେଷ୍ଟ ମିଡିଅମ୍ ସିଟି ଇନ୍‌ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍‌ ପୁରସ୍କାର ମିଳିଛି । ବ୍ରହ୍ମପୁର ସହର ରାଜ୍ୟରେ ୧ ନମ୍ବର ସ୍ଥାନ ଏବଂ ଦେଶରେ ୬୩ ନମ୍ବର ସ୍ଥାନ ହାସଲ କରିଛି । ବେଷ୍ଟ ମିଡିୟମ ସିଟି ଭାବେ ଆଗରେ ରହିଛି ବ୍ରହ୍ମପୁର ।

wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.