Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଫ୍ସି ଇଣ୍ଡିଆନ୍ ସୁପରଲିଗରେ ପ୍ରଥମଥର ପାଇଁ ଓଡ଼ିଶା ସାମିଲ ହେବ

ଭୁବନେଶ୍ୱର ୧୬।୦୯- କ୍ରୀଡା ବିଭାଗପାଇଁ  ଆଉ ଏକ ସଫଳତା ଖୁବ ଶୀଘ୍ର ଓଡିଶାଏଫ ସି ଇଣ୍ଡିଆନ ସୁପର ଲିଗ ରେ ପ୍ରଥମ ଥର ପାଇଁ ସାମିଲ ହେବ । ନଭେମ୍ବର ୨୪ ତାରିଖ ରେ ଓଡିଶା ଏଫ୍‌ସି କଳିଙ୍ଗ ଷ୍ଟାଡିୟମ ​ରେ ପ୍ରଥମ ମ୍ୟାଚ ଖେଳିବ ।ଏ ନେଇ ଖେଳାଳି ଚୟନ ଠାରୁ ଆରମ୍ଭ କରି ଖେଳାଳିଙ୍କ ପାଇଁ ଉଦିଷ୍ୟ ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିବା ପାଇଁ ଆଜି ଭୁବନେଶ୍ୱର ରେ ପହଁଚିଛନ୍ତି ଯୋଶେଫ୍‌ଗେ।ମ୍ବୁ ।ଗତକାଲି ଓଡିାଶା ଏଫସି ର ଲେ।ଗେ ମଧ୍ୟ କ୍ରୀଡା ବିଭାଗ ପକ୍ଷରୁ ଉନ୍ମୋଚନ କରାଯାଇଛି ।

ଭୁବନେଶ୍ୱର ରେ ପହଁଚିଲେ ଓଡିଶା ଫୁଟବଲ କ୍ଳବ କେ।ଚ ଯୋଶେଫ୍‌ଗେ।ମ୍ବୁ ଅଗଷ୍ଟ ୩୧ ତାରିଖ ରେ ରାଜ୍ୟ କ୍ରୀଡା ବିଭାଗ ଏବଂଦିଲ୍ଲୀ ଡାଇନାମସ ସହ ଚୁକ୍ତି ସ୍ବାକ୍ଷର କରିବା ସହ ଏଣିକି ଦିଲ୍ଲୀ ଡାଇନାମସ ଏଣିକି ଓଡିଶା ଏଫସି ନାଁ ରେ ଇଣ୍ଡିଆନ ସୁପର ଲିଗ ରେ ଖେଳିବ । ନଭେମ୍ବର ୨୪ ତାରିଖ ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଏହାର ହେବାକୁ ଥିବା ଷଷ୍ଠ ସଂସ୍କରଣ ଲିଗ ରେ ଓଡିଶା ଏଫ୍‌ସି ନୂଆ ଦଳ ଭାବେ ସାମିଲ ହେବ । ସୋମବାରେ ଓଡିଶା ଏଫସି ର ମୁଖ୍ୟ କେ।ଚ ଯୋଶେଫ୍‌ ଗେ।ମ୍ବୁ ଭୁବନେଶ୍ୱରରେ ପହଁଚିଛନ୍ତି।

ଅଷ୍ଟ୍ରେଲିଆ କେ।ଚ ଯୋଶେଫ୍‌ ଗେ।ମ୍ବୁ, ସୋମବାରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ବୁଲି ଦେଖିବା ସହ ଖେଳାଳିଙ୍କ ରହିବା ଖାଇବା ଏବଂ ଅଭ୍ୟାସ କରିବା ପାଇଁ ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବେ । ଅକ୍ଟେ।ବର ୨୦ ତାରିଖ ସୁଦ୍ଧା ଓଡିଶା ଏଫସିର ଏକ ୨୫ ଜଣିଆ ଦଳ ଗଠନ କରାଯିବ । ସ୍ବତନ୍ତ୍ର କେ।ଚିଂପାଇଁ କଳିଙ୍ଗ ଷ୍ଟାଡିୟମ ରେ ବ୍ୟବସ୍ଥା କରାଯାଇଛି , ପୂର୍ବରୁ କେ।ଚ ଯୋଶେଫ ଖେଳାଳିଙ୍କ ସହ ଅଭ୍ୟାସ କରିଛନ୍ତି ତେଣୁ ସେ ଖେଳାଳିଙ୍କ ପରିଚିତ ଥିବାରୁ ଟିମ ଚୟନ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ।

ରାଜ୍ୟ କ୍ରୀଡା ବିଭାଗ ପ୍ରଥମ ଥର ପାଇଁ ଫଟବଲକୁ ଅଗ୍ର।ଧିକାର ଦେବା ସହ ଇଣ୍ଡିଆନ ସୁପର ଲିଗ ରେ ସାମିଲ ହେ।ଇଛି। ମୂଳ ଲକ୍ଷ୍ୟ ଓଡିଆ ଖେଳାଳି ଜାତୀୟ ଦଳ ରେ ସାମିଲ କରିବା ସହ ତୃଣମୂଳ ସ୍ତରରେ  ଖେଳାଳିଙ୍କୁ ପ୍ରେତ୍ସାହନ ଦେବା । ରବିବାରରେ ଓଡିଶା ଏଫସି ତାର ଲେ।ଗେ। ଉନ୍ମାଚନ କରିଛି ।

115 Views

   ସମ୍ବନ୍ଧିତ ଖବର