Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଓଡିଶାକୁ ଜାତିସଂଘ ପ୍ରମାଣ ପତ୍ର: ରାଜ୍ୟର ୨ଟି ଗାଁ ପ୍ରାକୃତିକ ବିପର୍ଯ୍ୟାୟ ମୁକାବିଲାରେ ସାରା ବିଶ୍ବରେ ଉଦାହରଣ

7/08/2020 at 8:07 AM

ଭୁବନେଶ୍ୱର୭/୮: ଓଡ଼ିଶା ପାଇଁ ଖୁସି ଖବର । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସମଗ୍ର ବିଶ୍ୱରେ ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶାକୁ ପୁଣି ମିଳିବ ଆନ୍ତର୍ଜାତିକ ସମ୍ମାନ । ଓଡ଼ିଶାର ଦୁଇ ଗାଁ ସୁନାମି ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିବା ଏବଂ ସବୁପ୍ରକାର ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଥିବାରୁ ମିଳିତ ଜାତିସଂଘ (ୟୁନେସ୍କୋ) ପକ୍ଷରୁ ଏ ଦୁଇ ଗାଁକୁ ମିଳିବ ଆନ୍ତର୍ଜାତିକ ପ୍ରମାଣପତ୍ର । ଗଞ୍ଜାମର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲ୍ଲାର ନୋଳିଆ ସାହିକୁ ଏ ସମ୍ମାନ ମିଳିବ । ଗୋଷ୍ଠୀ ସଚେତନତା ସହ ସମୁଦ୍ର ତଟବର୍ତ୍ତୀ ଏ ଦୁଇ ଗାଁ ସୁନାମି ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଥିବାରୁ ୟୁନେସ୍କୋ ପକ୍ଷରୁ ଏ ପ୍ରମାଣପତ୍ର ଆଜି ପ୍ରଦାନ କରାଯିବ । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏ ପ୍ରମାଣପତ୍ର ପାଇବାକୁ ମନୋନୀତ ହୋଇଛି ।

ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି, ଏନଡିଆରଏଫ୍‌, ଓସଡମା ଏବଂ ଭାରତୀୟ ଭୂବିଜ୍ଞାନର ମିଳିତ ସୁପାରିଶରେ ଏ ପ୍ରମାଣପତ୍ର ଦୁଇ ଗାଁକୁ ପ୍ରଦାନ କରାଯିବ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ଏ ଦୁଇଟି ଗ୍ରାମରେ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛି ।ସୁନାମିର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ସୁନାମି ସତର୍କତା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର୍‌ ଓସନ ଇନଫର୍ମେସନ ସର୍ଭିସର ନିର୍ଦ୍ଦେଶକ, ଭୂବିଜ୍ଞାନ ମନ୍ତ୍ରାଳୟ ପ୍ରତିନିଧି, ଜାତୀୟ ବିପର୍ଯ୍ୟୟ ପରିଚାଳନା, ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓ ଓସଡମାର ପ୍ରତିନିଧିଙ୍କ ସହ ଆଣ୍ଡାମାନ ନିକୋବର ବିଡିଏମ୍‌ ସତର୍କତା ବ୍ୟବସ୍ଥା ଅନୁଧ୍ୟାନ କମିଟିର ସଦସ୍ୟ ଅଛନ୍ତି । ଏହି ଜାତୀୟ କମିଟି ଓଡ଼ିଶାର ଦୁଇଟି ଗାଁ ସୁନାମି ପାଇଁ ନେଇଥିବା ସତର୍କତାମୂଳକ ପଦକ୍ଷେପ ଅନୁଧ୍ୟାନ କରି ସୁପାରିଶ କରିବା ପରେ ୟୁନେସ୍କା ପ୍ରମାଣପତ୍ର ପ୍ରଦାନ କରିବାକୁ ଚୟନ କରିଛି । ଏ ଦୁଇଟି ଗ୍ରାମ ଜାତୀୟସ୍ତରରେ ସୁନାମି ପ୍ରାକ୍‌ ସୂଚନା ବ୍ୟବସ୍ଥା ଥିବା ଗ୍ରାମ ଭାବେ ଚିହ୍ନଟ ହୋଇଛି । ୟୁନେସ୍କା ଏ ଦୁଇ ଗ୍ରାମବାସୀଙ୍କୁ ସୁନାମି ପ୍ରସ୍ତୁତ ସଂପ୍ରଦାୟ ଭାବେ ମାନ୍ୟତା ପ୍ରଦାନ କରିଛି । ଭାରତ ମହାସାଗର ଅଞ୍ଚଳରେ ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଭାରତ ପ୍ରଥମ ଦେଶ ଏବଂ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।

ଉଲ୍ଲେଖଯୋଗ୍ୟ, ସୁନାମିର ଭୟାବହତା ପୂର୍ବରୁ ସମଗ୍ର ବିଶ୍ୱ ଦେଖିଛି । ସୁନାମି ସୂଚନା ନିର୍ଭୁଲ ଭାବେ ଯଥେଷ୍ଟ ପୂର୍ବରୁ ମିଳିଲେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ । ଧନଜୀବନ ହ୍ରାସ ସହ ଜିରୋ କାଜୁଆଲଟି ଲକ୍ଷ୍ୟ ପୂରଣ ହୋଇପାରିବ । ଇତିମଧ୍ୟରେ ଆଗୁଆ ସୁନାମି ସୂଚନା ପାଇବାକୁ ଆଧୁନିକ ଜ୍ଞାନକୌଶଳର ବିନିଯୋଗ କରାଯାଉଛି । ତେଣୁ ସୂଚନା ପାଇବା ମାତ୍ରେ ଲୋକମାନେ କେତେଶୀଘ୍ର ନିରାପଦ ସ୍ଥାନକୁ ଯାଉଛନ୍ତି ତାହା ଉପରେ ଜିରୋ କାଜୁଆଲଟିର ଟାର୍ଗେଟ ନିର୍ଭର କରେ । ତେଣୁ ଲୋକମାନେ ଯେତେ ଅଧିକ ସଚେତନ ହେବେ ତେବେ ଧନଜୀବନ ସେତିକି ସୁରକ୍ଷିତ ହୋଇପାରିବ । ଏହା ହେଉଛି ଏକ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ । ତେଣୁ ସମୁଦ୍ର କୂଳବର୍ତ୍ତୀ ଗ୍ରାମର ଲୋକମାନଙ୍କୁ ଏ ନେଇ ସଚେତନ କରିବା ସହ ଜୀବନହାନି ରୋକିବାକୁ ପଦକ୍ଷେପ ନିଆଯାଉଛି ।

ଓଡ଼ିଶାର ଏ ଦୁଇଟି ଗ୍ରାମ ଏ ଦିଗରେ ଯଥେଷ୍ଟ ସଚେତନ ଅଛନ୍ତି । ସୁନାମି ପାଇଁ ସେମାନେ ପୂର୍ଣ୍ଣ ସତର୍କ ରହିଛନ୍ତି । ତେଣୁ ଏ ଦୁଇ ଗ୍ରାମକୁ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରମାଣପତ୍ର ପ୍ରଦାନ କରାଯିବ । ଭର୍ଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ଡ.ଏମ.ରାଜୀବନ୍‌ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଜି ଭି ଜି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ୟୁନେସ୍କୋ ଆଇଓସି ଅଧିକାରୀ ଡ.ଶ୍ରୀନିବାସ କୁମାର ଟୁମଳା, ଭାରତ ମହାସାଗର ସୁନାମି ସୂଚନା କେନ୍ଦ୍ରର ମୁଖ୍ୟ ଏ ଏମ୍‌ କୋଡିଜାଟ୍‌, ଏସଆରସି ପ୍ରଦୀପ କୁମାର ଜେନା ଏବଂ ଏ ଦୁଇ ଗ୍ରାମର ଅଧିକାରୀ ଉପସ୍ଥିତ ରହି ପ୍ରମାଣପତ୍ର ଗ୍ରହଣ କରିବେ ।

ସୁନାମି ପ୍ରସ୍ତୁତି ଏକ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ । ଏହା ୟୁନେସ୍କୋର ଆନ୍ତଃ ସରକାରୀ ଓସନଗ୍ରାଫିକ୍‌ କମିଶନ (ଆଇଓସି) ଦ୍ୱାରା କାର୍ଯ୍ୟକାରୀ ହେଉଛି । ସୁନାମି ପ୍ରସ୍ତୁତିକୁ ପ୍ରୋତ୍ସାହିତ କରାଯାଉଛି । ଭାରତୀୟ ସୁନାମି ଆଗୁଆ ସତର୍କତା ସୂଚନା କେନ୍ଦ୍ର ଭାରତ ପାଇଁ ନୋଡାଲ ଏଜେନ୍ସି ଭାବେ କାମ କରୁଛି । ଫାଇଲିନ୍‌, ହୁଡୁହୁଡୁ, ଫୋନି ଓ ଅମ୍ଫନ ମୁକାବିଲାରେ ବେଶ ସଫଳତା ପାଇ ଆନ୍ତର୍ଜାତିକସ୍ତରରେ ଏକ ବେଞ୍ଚମାର୍କ ପ୍ରତିଷ୍ଠା କରିଛି ।

   Related Posts