ତେଲ ରାଜନୀତି: ରାଜ୍ୟ ସରକାର କମେଇବେନି ଭାଟ, ଅନ୍ୟ ୧୩ ରାଜ୍ୟଭଳି ଓଡିଶାରେ କମିବନି ୫ଟଙ୍କା
5/10/2018 at 7:47 PM

ଭୁବନେଶ୍ବର ୫|୧୦: ବହୁ ହୋ ହଲ୍ଲା ପରେ କେନ୍ଦ୍ର ସରକାର ତୈଳ ଦର ଅଢେଇ ଟଙ୍କା ହ୍ରାସ କରିଛନ୍ତି । ଯାହାକି ଗ୍ରାହକଙ୍କୁ ସାମନ୍ୟ ଆସ୍ବସ୍ତି କରିଛି । ବିଜେପି କର୍ମୀ ନେତାଙ୍କୁ ଏହା ମଧ୍ୟ ଉତ୍ସାହିତ କରିଛି । ସେପଟେ କେନ୍ଦ୍ର ସରକାର ତୈଳଦର ସାମାନ୍ୟ ହ୍ରାସ କରିବା ପରେ ଏବେ ରାଜ୍ୟ ସରକାରଙ୍କୁ କୋର୍ଟକୁ ବଲ ଫିଙ୍ଗିଛି ବିଜେପି । ବାରମ୍ବାର କେନ୍ଦ୍ର ତୈଳଦର ହ୍ରାସ ନେଇ ନାରା ଦେଉଥିବା ବିଜେଡି ସରକାର ଆନ୍ୟ ୧୩ଟି ରାଜ୍ୟ ଭଳି ତୈଳ ଉପରୁ ଭାଟ୍ ହ୍ରାସ ଦାବିରେ ବିଜେପି ଆଜି ରାଜରାସ୍ତାକୁ ଓହ୍ଲାଇଛି । …. ….
ବିଜେଡି ପରେ ଏବେ ବିଜେପି ପାଳି । ମୌକା ଦେଖି ବିଜେଡି କୋର୍ଟକୁ ତୈଳଦର ବଲ୍ ଫିଙ୍ଗିଛି ବିଜେପି । ତୈଳ ଦର ଅଢେଇ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଅପିଲ କରିଛନ୍ତି ସମାନ ଭାବେ ରାଜ୍ୟ ବି ଦର ହ୍ରାସ କରୁ । କେନ୍ଦ୍ରର ଏହି ଆଭିମୁଖ୍ୟ ପରେ ୧୩ ରାଜ୍ୟ ସରକାର ତୁରନ୍ତ ତେଲ ଉପରୁ ଭାଟ୍ କମାଇ ଦେଇଛନ୍ତି । ଏହାକୁ ଦେଖି ରାଜ୍ୟ ବିଜେପି ଆଜି ଲୋୟର ପିଏମ୍ଜିରେ ବିକ୍ଷୋଭ ପଦର୍ଶନ କରିଛି । ତେଲଦର ହ୍ରାସ ନେଇ ଗତକାଲି ବିଭିନ୍ନ ପେଟ୍ରେଲ ପମ୍ପ ନିକଟରେ ନାରାବାଜି ଓ ଭିକ୍ଷୋଭ କରିଥିବା ବିଜେଡି କର୍ମିଙ୍କୁ କାଉଣ୍ଟର କରିଛି ବିଜେପି । କେନ୍ଦ୍ର ତୈଳ ଦର ହ୍ରାସ କଲା ପରେ ରାଜ୍ୟ ସରକାର କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ବିଜେପି ।
ବିଜେପି ଦାବି ଗ୍ରହଣ କରିବା ମୁଡ୍ ନାହାଁନ୍ତି ଅର୍ଥମନ୍ତ୍ରୀ ଶଶି ଭୁଷଣ ବେହେରା । କେନ୍ଦ୍ର କମାଇଥିବା ଦୈଳ ଦରରେ ରାଜ୍ୟର ଭାଗିଦାରି ରହିଛି ବୋଲି ସିଧାସିଧା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି । ବିଜେଡି ବି ଶୁଣିବା ମୁଡ୍ ରେ ନାହିଁ । କେନ୍ଦ୍ରଯେଉଁ ଅଢେଇଟଙ୍କା ହ୍ରାସ କରିଛି ସେଥିରେ ୬୫ ପଇସା ରାଜ୍ୟର ଭାଗ ରହିଥିବା ଯୁକ୍ତି ବାଢିଛି ବିଜେଡି । ଏହା ବାଦ୍ ଯେତିକି ତେଲ ଦର ବଢିଛି ତା ତୁଳନାରେ ହ୍ରାସର ମାନେ କଣ ବୋଲି କହିଛି ବିଜେଡି । କଂଗ୍ରେସ ବି ସମାନ ଯୁକ୍ତି ବାଢିଛି ।
ଏକଥା ସତ ଯେ ତୈଳ ଦର ବୃଦ୍ଧି ଏକ ଚିନ୍ତାର କାରଣ । ମାତ୍ର ଅଢେଇଟଙ୍କା ହ୍ରାସ କରି କେନ୍ଦ୍ର ବାହାବା ନେବାକୁ ଚାହୁଁଥିବାବେଳେ ରାଜ୍ୟ ଭାଟ୍ ନକମେଇ କେନ୍ଦ୍ର ଏତେ କମ୍ କାହିଁକି କମାଇଲା ବୋଲି କହୁଛି ।