ଓଡିଶା ହେବ ଟୁରିଜିମର ଡେଷ୍ଟିନେସନ : ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ ବୋଲି କହିଲେ ପର୍ଯ୍ୟଟନ ମନ୍ତ୍ରୀ

Published By : Prameya-News7 Bureau | January 21, 2020 IST

ଭୁବନେଶ୍ବର ୨୧/୧: ଓଡିଶାରେ ପର୍ଯ୍ୟଟନର ଅପାର ସମ୍ଭାର ରହିଛି । ଏହାକୁ ସୋ କେସ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଓଡିଶାର ପର୍ଯ୍ୟଟନକୁ ସାରା ଦେଶରେ ପହଁଚାଇବାକୁ ରାଜ୍ୟରେ ଆୟୋଜନ ହୋଇଛି ପର୍ଯ୍ୟଟନ ମନ୍ତ୍ରୀ ଙ୍କ ମହାସମ୍ମିଳନୀ । ଚନ୍ଦ୍ରଭାଗା ଇକୋ ରିସୋର୍ଟରେ ୨୩ ଓ ୨୪ ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଦେଶର ପ୍ରାୟ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ । ସେପଟେ ଓଡିଶାରେ ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ପର୍ଯ୍ୟକକଙ୍କ ଲାଗି ଅଧିକ ବିମାନ ଚଳାଚଳା କିପରି ହେବ ସେଥିଲାଗି କାଲିଠୁ ଭୁବନେଶ୍ବରରେ ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

{"id":214302,"sizeSlug":"large"}

ଓଡିଶା ହେବ ଟୁରିଜିମର ଡେଷ୍ଟିନେସନ। ଦେଶ ବିଦେଶରେ ପହଞ୍ଚିବ ଓଡିଶାର ସୌନ୍ଦର୍ଯ୍ୟ । ରାଜ୍ୟର ପର୍ଯ୍ୟଟନକୁ ମିଳିବ ସ୍ବତନ୍ତ୍ର ପରିଚୟ । ଏଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରାକୃତିକ ଶୋଭାରାଜିରେ ଭରପୁର ଓଡିଶାର ପର୍ଯ୍ୟଟନକୁ ସାରା ଦେଶରେ ପହଞ୍ଚାଇବାକୁ ଓଡିଶାରେ ଆୟୋଜନ ହେଉଛି ଦେଶର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ମହା ସମ୍ମିଳନୀ । ଚନ୍ଦ୍ରଭାଗା ଇକୋ-ରି ଟ୍ରିଟ୍ ରେ ୨୩ଓ ୨୪ ଦୁଇଦିନ ଧରି ହେବ ସମ୍ମିଳନୀ । ଏହି ସମ୍ମଳନୀରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ । ଦେଶ ତଥା ଓଡ଼ିଶାର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଆଲୋଚନା ହେବ । ଓଡ଼ିଶାର ପର୍ଯ୍ୟଟନକୁ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀ ଙ୍କ ଆଗରେ ରଖାଯିବ । ଏହାଦ୍ଵାରା ଓଡ଼ିଶାର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ  କହିଛନ୍ତି ।

{"id":214303,"sizeSlug":"large"}

ସେପଟେ ଓଡିଶାକୁ କିପରି ଦେଶ ବିଦେଶରୁ ସିଧା ସଳଖ ଅଧିକ ପର୍ଯ୍ୟଟକ ଆସିବେ ସେନେଇ ଏୟାର କନେକେଟିଭିଟି ଉପରେ ଗୁରୁତ୍ବ ଦିଆଯିବା ଆରମ୍ଭ ହୋଇଛି । ଭୁବନେଶ୍ବର ଏୟାର ପୋର୍ଟକୁ ଅଧିକ ଅନ୍ତଜାତୀୟ ଫ୍ଲାଇଟ ଆସିବ । ଦେଶର ବିଭିନ୍ନ ସହରରୁ ଅଧିକ ବିମାନ ଚଳଚଳା କିପରି ହୋଇପାରିବ ସେଥିପାଇଁ କାଲି ଭୁବନେଶ୍ବରରେ ବୈଠକ ବସିବ । ବୈଠକରେ ଏୟାରପୋର୍ଟ ଅଥରଟି, ରାଜ୍ୟ ସରକାର, ବିଭିନ୍ନ ବିମାନ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ରହିବେ । ଏହା ହେଲେ ରାଜ୍ୟର ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଟୁର ଅପରେଟର ମାନେ ମତ ରଖିଛନ୍ତି ।

{"id":214304,"sizeSlug":"large"}

ରାଜ୍ୟର ଆର୍ଥିକ ସ୍ଥିତି ମଜଭୁତ କରିବାରେ ପର୍ଯ୍ୟଟନର ଯଥେଷ୍ଟ ଗୁରୁତ୍ବ ରହିଛି । ତେଣୁ ପର୍ଯ୍ୟଟନର ବିକାଶ ହେଲେ ହିଁ ଅର୍ଥନୀତି ମଜଭୁତ ମଧ୍ୟ ହେବ ।

{"id":214305,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.