ଅନ୍‌ଲକ୍‌ ହେବ ଓଡିଶା ! ସଂକ୍ରମଣ କମୁଥିବା ଜିଲ୍ଲାରେ କୋହଳ ହେବ କଟକଣା

Published By : Prameya-News7 Bureau | June 12, 2021 IST

ଭୁବନେଶ୍ଵର ୧୨|୦୬ : ରାଜ୍ୟରେ ଅନଲକ ପାଇଁ ସରକାର ସବୁ ଦିଗରୁ ସରକାର ବିଚାର ବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି। ଅନଲକ ପାଇଁ ସମସ୍ତ ଜିଲ୍ଲା ଗୁଡିକୁ ତିନୋଟି ଜୋନରେ ବିଭକ୍ତ କରାଯାଇ ଆମେ ସ୍ଥିତି ଉପରେ ନଜର ରଖିଛୁ। ୧୭ ପରେ କଣ ହେବ ସେ ନେଇ ଖୁବଶୀଘ୍ର ବୈଠକ ଡ଼କାଯାଇ ନିଷ୍ପତ୍ତି ନିଆଯିବ । ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ଜିଲ୍ଲା ଗୁଡିକରେ କଟକଣା ବଳବତ୍ତର ରହିବ। ଯେଉଁଠି ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହୁଛି ସେହି ଜିଲ୍ଲାରେ କିଛି କଟକଣା କୋହଳ କରାଯିବ । ମାତ୍ର ଶେଷ ନିଷ୍ପତ୍ତି ସରକାର ହିଁ ନେବେ ସବୁ ଜିନିଷକୁ ବ୍ୟାଖ୍ୟାନ କରିବା ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କିଛି କଟକଣା କୋହଳ ହେବ କିଛି କଟକଣା ପୂର୍ବ ପରି ବଳବତ୍ତର ରହିବ । ଅନଲକ ପାଇଁ ସବୁ ଦିଗରୁ ସରକାର ବିଚାର ବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି । ଲୋକମାନେ ଯଦି ଏହାର ସଠିକ୍ ବ୍ୟବହାର ନକରିବେ ତେବେ ପୁଣି ଥରେ ତାହାର ନେଗେଟିଭ୍ ଇଫେକ୍ଟ ପଡିପାରେ। କଟକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ କରୋନା ସଂକ୍ରମଣ ଅଧିକ ରହୁଛି । ମାତ୍ର ଲଗାତାର କିଛିଦିନ ହେବ ପଶ୍ଚିମ ଓଡିଶାରେ ବି ସଂକ୍ରମଣ ହାର କମୁଛି । ଅନ୍ୟ ଜିଲ୍ଲା ଗୁଡିକରେ ମଝି ମଝିଆ ରହୁଛି । ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ । ଯାଜପୁର, ଖୋର୍ଦ୍ଧା, କଟକ, ଅନୁଗୁଳ ଭଳି ଜିଲ୍ଲାରେ ସଂକ୍ରମଣ ହାର ହାଇ ରହୁଛି ତେଣୁ ସେଠି ସ୍ପେଶାଲ ଷ୍ଟାଟ୍ରେଜି କରାଯିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେ ପୁଣି କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ବଢିବା ପଛରେ ଦୁଇଟି କାରଣ ରହିଛି। ପୂର୍ବ କେସ ଲୋଡ଼ ଓ ବର୍ତ୍ତମାନ ବି କିଛି ଲୋକ କ୍ରିଟିକାଲ ଥିବା ଯୋଗୁ ମୃତ୍ୟୁ ସଂଖ୍ୟା ବଢୁଛି । ମାତ୍ର ଏଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ । ବର୍ତ୍ତମାନ ୬୨ ପ୍ରତିଶତ ରୋଗୀ ଆଇସିୟୁ ଓ ୬୨ ପ୍ରତିଶତ ରୋଗୀ ଭେଂଟିଲେଟରରେ ଅଛନ୍ତି । ବର୍ତ୍ତମାନ ବି କିଛି ଲୋକ ସିରିୟସ୍ ଅଛନ୍ତି ତେଣୁ ତାଙ୍କର ଆଉଟ କମ ହିଁ କହିବ ଆଗକୁ କଣ ରହିବ ମୃତ୍ୟୁ ସଂଖ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.