୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା, ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା

Published By : Prameya-News7 Bureau | June 25, 2021 IST

ଭୁବନେଶ୍ବର ୨୫।୬: ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା ।  ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା ।  ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ ।  ରାଜ୍ୟରେ ଆଉ ରହିବ ନାହିଁ ବସ୍ତି ।  ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ବ୍ୟବସ୍ଥା ।  ବିଜୁଳି, ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ପରିମଳ ଉପରେ ଦିଆଯିବ ଗୁରୁତ୍ବ ।  ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ବସ୍ତିରେ ଉନ୍ନତି କରିବା ସହ ଏହାର ଡ଼ି ନୋଟିଫାଏଡ଼ କରାଯିବ । ରାଜ୍ୟର ସମସ୍ତ ପୌରାଞ୍ଚଳକୁ ମିଳୁଥିବା ବ୍ୟୟ ବରାଦର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.