ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ୍ : ୩୧ ଯାଏଁ ଖୋଲିବନି ସ୍କୁଲ ଓ କଲେଜ, ବନ୍ଦ ରହିବ ସିନେମା ହଲ୍

Published By : Prameya-News7 Bureau | October 01, 2020 IST

ଭୁବନେଶ୍ୱର, ୦୧ ।୧୦: ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଅକ୍ଟୋବରରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିବନି ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ସେହିପରି ଅକ୍ଟୋବର ୩୧ ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳରେ ଲକଡାଉନକୁ ବଳବତ୍ତର ରହିବ । କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଶହେରୁ ଅଧିକ ବ୍ୟକ୍ତି ଯୋଗ ଦେଇପାରିବେ ନାହିଁ । ସେହିପରି ସାମାଜିକ ଓ ଧାର୍ମିକ ସମାବେଶ ଉପରେ ମଧ୍ୟ କଟକଣା ଲାଗିଛି । ଅକ୍ଟୋବର ୩୧ଯାଏଁ ରାଜ୍ୟର ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବ ।

ଏତତ୍ ବ୍ୟତୀତ, ଖେଳାଳିଙ୍କ ପାଇଁ ସୁଇମିଂ ପୁଲ୍ ଖୋଲିବ । କେବଳ ଖେଳାଳିମାନେ ସୁଇମିଂ ପୁଲରେ ପ୍ରଶିକ୍ଷଣ ନେଇପାରିବେ । ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରହିବ । ଥିଏଟର୍ ଓ ହଲ୍ ମଧ୍ୟ ବନ୍ଦ ରହିବ ।

ଆହୁରି ମଧ୍ୟ ଅକ୍ଟୋବରରେ କୌଣସି ସ୍କୁଲ କଲେଜ ଖୋଲିବ ନାହିଁ । ଏପରିକି କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ତେବେ ଅନଲାଇନ୍ କ୍ଲାସ୍ ଚାଲିବ ବୋଲି ସରକାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.