ଆଜି ସାରା ଦେଶରେ ୨୪ ଘଣ୍ଟିଆ ବନ୍ଦ ଡାକରା
7/08/2018 at 7:23 AM

ଆଜି ସର୍ବ ଭାରତୀୟ ପରିବହନ ଧର୍ମଘଟ ଡାକରା ଦିଆଯାଇଛି | ମୋଟର ଭାଇକିଲ ଆକ୍ଟରେ ସଂଶୋଧନ ନିଷ୍ପତ୍ତିକୁ ବିରୋଧ କରି ପରିବହନ ଶ୍ରମିକ ସଂଘ ବନ୍ଦ ଡାକରା ଦେଇଛି | ଫଳରେ ସକାଳ ୬ ଟାରୁ ଅଟୋ, ବସ, ଟ୍ରକ ଚଳାଚଳ ବନ୍ଦ ରହିଛି | ଡିଜେଲ ଦର, ଗାଡି ଯନ୍ତ୍ରପାତି ମୂଲ୍ୟ ଏବଂ ତୋଡ ଟ୍ୟାକ୍ସ ହ୍ରାସ ଆଦି ପରିବହନ ଶ୍ରମିକ ସଂଘର ଦାବି ରହିଛି | ବନ୍ଦ ପାଳନକୁ ରାଜ୍ୟର ୪ ପ୍ରମୁଖ ପରିବହନ ଶ୍ରମିକ ସଂଘ ସମର୍ଥନ ଜଣାଇଛନ୍ତି | ଦେଶବ୍ୟାପୀ ବନ୍ଦ ୨୪ ଘଣ୍ଟିଆ ହୋଇଥିବା ବେଳେ ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିବାକୁ ଅଲ ଓଡିଶା ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି |
Related Posts
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021