ଓଡିଶା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଅସୁସ୍ଥ

Published By : Prameya-News7 Bureau | January 06, 2019 IST

ବଡ଼ବିଲ ୬/୧ : ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଅସୁସ୍ଥ ଥିବା ଜଣାପଡିଛି | ଗତକାଲି ଯୋଡ଼ା ମହୋତ୍ସବର ଉଦଘାଟନୀ ଉତ୍ସବରେ ଯୋଗ ଦେବାପାଇଁ ଆସିଥିଲେ ଅଶୋକ ପଣ୍ଡା |

{"id":70936}

ସୂଚନା ଅନୁଯାୟୀ ମନ୍ତ୍ରୀ ଅଶୋକ ପଣ୍ଡା ଗତକାଲି ସନ୍ଦ୍ୟାରେ  ଯୋଡ଼ା ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପରେ ଟାଟା ଷ୍ଟିଲର ଅତିଥି ଭବନରେ ରାତ୍ରୀ ଭୋକନ କରିବା ସହ ବିଶ୍ରାମ ନେଇଥିଲେ । ତେବେ ଆଜି ସକାଳୁ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":70937}

ମେଡିକାଲର କ୍ୟାବିନ ନମ୍ବର ୧ ରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ଲୁଜମୋସନ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ସାଲାଇନ ଏବଂ ଓଆରଏସ ଦିଆଯାଇ ଚିକିତ୍ସା ଚାଲିଛି । ସେ ଦୁର୍ବଳ ଅନୁଭବ କରୁଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେ ଟିକେ ସୁସ୍ଥ ଅନୁଭବ କରିବାପରେ ତାଙ୍କୁ ଡିସଚାର୍ଜ କରାଯିବ । ତେବେ ମନ୍ତ୍ରୀଙ୍କ ଚିତ୍ର ଉତ୍ତୋଳନ ପାଇଁ ଗଣମାଧ୍ୟମ ପ୍ରଟିନିଧିଙ୍କୁ ଛଡା ଯାଇ ନ ଥିଲା ।

{"id":70938}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.