ଦିନ ସିନା ଚାଲିଯାଇଛି, ହେଲେ ଛାଡିଯାଇଛି ଚିହ୍ନ : ଏବେ ବି ଅସଜଡା ଅନେକ ଗାଁ...

Published By : Prameya-News7 Bureau | October 29, 2021 IST

ଭୁବନେଶ୍ୱର ୨୯/୧୦: ଆଜି ୧୯୯୯, ଅକ୍ଟୋବର ୨୯ । ମହାବାତ୍ୟାକୁ ପୂରିଛି ୨୨ ବର୍ଷା । ସମୟ ବଦଳିଛି ହେଲେ ଆଜି ବି ମନରୁ ଲିଭିନି କରାଳ କାୟାର ଛାପ । ଠିକ୍ ୨୨ ବର୍ଷ ତଳେ ଆଜିର ଦିନରେ ଓଡ଼ିଶା ଦେଖିଥିଲା ମହାବାତ୍ୟାର ଭୟଙ୍କର ରୂପ । ଥରିଉଠିଥିଲେ ଲୋକେ । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା କେତୋଟି ଜିଲ୍ଲା ।

ଯେମିତିକି ଜଗତସିଂହପୁର, କେନ୍ଦ୍ରାପଡା ସମେତ ବିଭିନ୍ନ ସ୍ଥାନରେ ରାଜକନିକା, ଆଳି ମହାକାଳପଡା ବ୍ଲକ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ବେସାହାରା ହୋଇଯାଇଥିଲେ ଅନେକ ଲୋକ । ଭାଙ୍ଗିଯାଇଥିଲା ଅନେକ ପରିବାରର ମେରୁଦଣ୍ଡ । ମହାବାତ୍ୟା କାହା ମଥାରୁ ସିନ୍ଦୁର ପୋଛି ନେଇଥିଲା ତ ଆଉ କେଉଁ ମା’ କୋଳରୁ ସନ୍ତାନଙ୍କୁ ଛଡ଼ାଇ ନେଇଥିଲା । ବହୁ ପିଲା ଅନାଥ ହୋଇ ଯାଇଥିଲେ । ନିମିଷକ ଭିତରେ ଉଜୁଡିଯାଇଥିଲା ହସଖୁସିର ସଂସାର ।

wp:gallery {"ids":[534904],"linkTo":"none"} /wp:gallery

କେନ୍ଦ୍ରାପଡା ବ୍ଲକ୍‌ର ଲାଞ୍ଜୁଡ଼ା, ଗୋଗୁଆ, ସୁନତି, ଜମ୍ବୁ, ବତୀଘର, ରାମନଗର ଓ ଖରିନାସୀ ପଞ୍ଚାୟତ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା । ଏସବୁ ପଞ୍ଚାୟତର ଲୋକ ସମୁଦ୍ରକୂଳରେ ବସବାସ କରିଆସୁଛନ୍ତି । ସମୁଦ୍ର ଆଡ଼ୁ କୌଣସି ବିପଦ ଆସିଲେ ଏମାନେ ପ୍ରଥମେ ତାହାର ସାମ୍‌ନା କରିବେ । ହେଲେ ଏବେବି ମନରୁ ଲିଭିନ ବାତ୍ୟାର ପ୍ରକୋପ ।

wp:gallery {"ids":[534905],"linkTo":"none"} /wp:gallery

ଏବେ ବି ଲୋକେ ସେହି ଝାଟିମାଟି ତିଆରି କୁଡ଼ିଆରେ ରହୁଛନ୍ତି । ବାତ୍ୟା, ସାମୁଦ୍ରିକ ଝଡ଼ତୋଫାନ ଆସିଲେ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ । ସେହିଭଳି ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଏରସମା ବ୍ଲକ । ଏଠାରେ ହୋଇଥିଲା ନାହିଁ ନଥିବା କ୍ଷତି । ୨୨ ବର୍ଷ ପରେ କ୍ଷତ ସୁଖୁନି । ଏବେ ବି ଦଲକାଏ ପବନ ଦେଲେ ଡରିଉଠନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.