ଖୋର୍ଦ୍ଧା ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ

Published By : Prameya-News7 Bureau | April 15, 2019 IST

ଭୁବନେଶ୍ୱର ୧୫/୪ : ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତୀକ ହିଂସା ଦେଖିବାକୁ ମିଳିଛି । ଥମ ପର୍ଯ୍ୟାୟ ମତଦାନ ସରିଯାଇଛି | ଆଉ ଦୁଇଦିନ ପରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହା ଭିତରେ ବିଭିନ୍ନ ସ୍ଥାନରେ ଗୁଳି, ଗଣ୍ଡଗୋଳ ଓ ମାଡପିଟର ଘଟଣା ଘଟିଛି । ଭଞ୍ଜନଗର, ବଲାଙ୍ଗିର ପରେ ଖୋର୍ଦ୍ଧାରେ ଦେଖାଦେଇଛି ହିଂସା । ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ତଥା ବଡ଼ପୋଖରିଆର ପୂର୍ବତନ ସରପଂଚ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଛି | ଖୋର୍ଦ୍ଧା ନବୀନବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ୨ ଜଣ ଦୁର୍ବୁର୍ତ୍ତ ଏକ ବାଇକରେ ଆସି ମଙ୍ଗୁଳିଙ୍କୁ ଗୁଳି କରି ଚାଲିଯାଇଥିଲେ | ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଯାଇଥିଲା |


ଘଟଣାକୁ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ନିର୍ବାଚନ କମିଶନଙ୍କୁ ଅନୁରୋଧ ମୁଖ୍ୟମନ୍ତ୍ରୀ ନବୀନ | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ନେତାଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରାଶକ କରିବା କରିବା ସହ ଏହାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି | ସେ ଟ୍ୱିଟ କରି କହିଛନ୍ତି ଯେ, ରାଜ୍ୟ ସରକାର ପ୍ରାର୍ଥୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି | ଗଣତନ୍ତ୍ରରେ ହିଂସାର କୌଣସି କୌଣସି ସ୍ଥାନ ନାହିଁ | ତେବେ ବୁଲେଟର ଜବାବ ବାଲଟରେ ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର | ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ | ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ |


ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ | ଏନେଇ ସୂଚନା ଦେଇଛନ୍ତି ଇନଚାର୍ଜ ଡିଜିପି ବିଜୟ କୁମାର ଶର୍ମା | ଘଟଣାର ତଦନ୍ତ ପାଇଁ ୪ଟି ଟିମ ଘଟଣା କରାଯାଇଛି | ସାଇଟିଫିକ ଟିମ ତଦନ୍ତକାରୀ ଟିମକୁ ସହଯୋଗ କରିବ | ଦୋଷୀ ଯିଏ ବି ହେଉ ତା' ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଡିଜିପି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.