Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଶାରେ ହେବ କମନ୍ ୱେଲ୍‌ଥ ଟେବୁଲ ଟେନିସ୍ ଚାମ୍ପିଅନସିପ୍

ଭୁବନେଶ୍ବର ୧୦|୧:  ଓଡିଶାରେ ହେବ କମନ ୱେଲ୍‌ଥ ଟେବୁଲ ଟେନିସ୍ ଚାମ୍ପିଅନସିପ୍‌ ।  ଜୁଲାଇ ୧୭ରୁ ୨୨ ଯାଏଁ ଅନୁଷ୍ଠିତ ହେବ ଏହି ଚାମ୍ପିଅନସିପ୍‌ । ଏନେଇ ଟ୍ବିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଲେ । କଟକରେ ଆୟୋଜିତ ୮୦ତମ ବରିଷ୍ଠ ଜାତୀୟ ଓ ଅନ୍ତଃରାଜ୍ୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ଉଦଯାପନୀ ପରେ ଟ୍ବିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ପ୍ରତିଯୋଗିତାର ଆୟୋଜନ ପାଇଁ ଟେବୁଲ ଟେନିସ୍ ଫେଡେରେସନ ଅଫ୍‌ ଇଣ୍ଡିଆକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

349 Views

   ସମ୍ବନ୍ଧିତ ଖବର