Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଦୁଇ ମାସରେ ରାଜ୍ୟର ୪୦ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ

8/06/2019 at 11:17 AM

ଭୁବନେଶ୍ବର ୮|୬: ନୂଆ ସରକାର ନୂଆ କାର୍ଯ୍ୟକ୍ରମ । ଏବେ ରାଜ୍ୟ ସରକାର ୪୦ଟି ଖଣିର ଲିଜ୍  ନିଲାମ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି । ୨ ମାସ ଭିତରେ ଏସବୁ ଖଣିର ଲିଜ୍  ନିଲାମୀ କରାଯିବ।  ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସ୍ଥିତିର ସମୀକ୍ଷା କରିଥିବା ବେଳେ ଏନେଇ ସୂଚନା ଦେଇଛନ୍ତି। ଲିଜ୍  ନିଲାମ ହେବାକୁ ଥିବା ୪୦ ଖଣି ମଧ୍ୟରୁ ଲୁହା, ମାଙ୍ଗାନିଜ, କ୍ରୋମାଇଟ୍,  ବକ୍ସାଇଟ ଖଣି ରହିଛି।

୨୦୧୭- ୨୦୧୮ ଅପେକ୍ଷା ଗତ ଆର୍ଥିକ ବର୍ଷରେ ୭୧ ପ୍ରତିଶତ ଖଣି ରାଜସ୍ବ ବୃଦ୍ଧି ପାଇଛି।  ଗତ ଆର୍ଥିକ ବର୍ଷରେ ରାଜସ୍ବ ୧୦, ୪୭୯ କୋଟି ୧୨ ଲକ୍ଷ ଟଙ୍କା ଆଦାୟ ହୋଇଥିବା  ବେଳେ ୨୦୧୭-୧୮ରେ ୬୧୩୦ କୋଟି ଟଙ୍କା ଖଣି ରାଜସ୍ବ ବାବଦରେ ଆଦାୟ ହୋଇଥିଲା।  ଖଣି ଚୋରି ରୋକିବା ପାଇଁ ଜିପିଏସ ସିଷ୍ଟମ ଅଧିକ କଡ଼ାକଡ଼ି କରାଯିବ।

ସେହିପରି ଖିଲାପକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଖଣି ଖିଲାପକାରୀଙ୍କ ଠାରୁ ଧାର୍ଯ୍ୟ ହୋଇଥିବା ୧୭ ହଜାର କୋଟି ଟଙ୍କା ମଧ୍ୟରୁ ୧୪ ହଜାର କୋଟି ଟଙ୍କା ଆଦାୟ ହୋଇଥିବା ସେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ପାଇଁ ଓଡ଼ିଶା ଖଣି ନିଗମକୁ ୨୦ ନିୟୁତ ଟନ୍ କୋଇଲା ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଗତବର୍ଷ ଓଏମ୍ ସି ୧୬ ନିୟୁତ ଟନ୍ କୋଇଲ ଉତ୍ପାଦନ କରିଥିବା ମନ୍ତ୍ରୀ କହିଛନ୍ତି।

   Related Posts