Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଦେବାଳୟ ଖୋଲିବା ମାମଲା : ହାଇକୋର୍ଟରେ ସରକାର ରଖିଲେ ଯୁକ୍ତି, ଧର୍ମାନୁଷ୍ଠାନ କେବେ ଖୋଲିବ ସେ ସମ୍ପର୍କରେ ପ୍ରଶାସନ ନିଷ୍ପତ୍ତି ନେବ

14/09/2020 at 7:01 PM

ଭୁବନେଶ୍ୱର,୧୪|୦୯:  ଭକ୍ତଙ୍କ ଲାଗି ସମସ୍ତ ଧର୍ମାନୁଷ୍ଠାନ ଖୋଲିବା  ଏବଂ ବନ୍ଦ ରହିଥିବା ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇବା ନେଇ ଦାଏର ଦୁଇଟି ମାମଲା ଉପରେ ହାଇକୋର୍ଟରେ ଶୁଣାଣି । ତେବେ ସେବାୟତଙ୍କୁ ଆର୍ଥିକ ସହାୟତା ଦେବା ଭଳି କୌଣସି ବ୍ୟବସ୍ଥା ସରକାରୀସ୍ତରରେ ନଥିବା ଗୋଟିଏ ମାମଲାରେ ଜବାବ ରଖି ଜଣାଇଛନ୍ତକି ରାଜ୍ୟ ସରକାର । ସେପଟେ ସମସ୍ତ ମନ୍ଦିର ଖୋଲିବା ପ୍ରସଙ୍ଗରେ ଆଜି ସଵୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି ।

ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ଲାଗି ରାଜ୍ୟ ସରକାର ମାସକ  ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ । ଅଗଷ୍ଟ ୧୦ ତାରିଖରେ ଏଭଳି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କିନ୍ତୁ ଅବଧି ପୂରିଗଲା ପଛେ , ତାର କାର୍ଯ୍ୟକାରିତା ଦେଖିଵାକୁ ମିଳିଲା ନାହିଁ । ଯାହାକୁ ଚ୍ୟାଲେଞ୍ଜ କରି ଆଵେଦନକାରି ଆଡଭୋକେଟ ଜୟନ୍ତ ଵଳ ପୁଣି ହାଇକୋର୍ଟରେ ଆଉ ଏକ ମାମଲା ଦାଏର କରିଥିଲେ । ଏହାର ଶୁଣାଣି କରି ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ କରିବା ସହ ୧୦ ଦିନ ଭିତରେ ଜଵାଵ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ କାକଟପୁରର ମଙ୍ଗଳା ଏବଂ କେନ୍ଦ୍ରାପଡାର ସିଦ୍ଧ ବଳଦେବ ଜୀଉ ମନ୍ଦିର ସେବାୟତଙ୍କ ତରଫରୁ ଦାଏର ମାମଲାରେ ଆଜି ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର। କୌଣସି ଧର୍ମାନୁଷ୍ଠାନ ର ସେଵକ ମାନଙ୍କୁ ଆର୍ଥିକ ସହାୟତା ଦେବାର ପ୍ରାଵଧାନ ସରକାରୀ ବ୍ୟବସ୍ଥା ଭିତରେ ନାହିଁ । ସେହିପରି ମନ୍ଦିର ଖୋଲିବାର ନିଷ୍ପତ୍ତି ସରକାର ନେଇପାରିବେ । ସେଥିପାଇଁ ଅଦାଲତ କୌଣସି ପ୍ରକାରର ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜବାବ ରଖାଯାଇଛି । ପୂର୍ବରୁ ମନ୍ଦିର ଖୋଲାଯାଉ ନଚେତ ବୃତ୍ତି ହରାଇଥିବା ସମସ୍ତ ସେବାୟତଙ୍କୁ ମାସିକ୧୫ ହଜାର ଟଙ୍କାର କ୍ଷତିପୂରଣ ଦେଵାକୁ ଉଭୟ ମନ୍ଦିରର ସେବାୟତଙ୍କ ପକ୍ଷରୁ ମାମଲା ଦାଏର ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ଉତ୍ତର ପରେ ଆଵେଦନକାରୀ ପ୍ରତିଜଵାଵ ଦାଖଲ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ।

ରଥଯାତ୍ରା ପାଇଁ ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କୁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିଥିଲେ । ସେହି ଆଧାରରେ ଆଵେଦନକାରି ସେଵକ ମାନଙ୍କୁ ଆର୍ଥିକ ସହାୟତା ପାଇଁ କୋର୍ଟଙ୍କୁ ଦର୍ଶାଯାଇଛି । ଅକ୍ଟୋବର ୫ ତାରିଖରେ ଉକ୍ତ ଆଵେଦନର ପରଵର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

   Related Posts