ପ୍ରଦୂଷିତ ନଦୀ ତାଲିକାରେ ଓଡ଼ିଶା ଷଷ୍ଠ, ପ୍ରଥମରେ ମହାରାଷ୍ଟ୍ର, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ

Published By : Prameya-News7 Bureau | July 23, 2021 IST

ନୂଆଦିଲ୍ଲୀ, ୨୩/୦୭: ପ୍ରଦୂଷିତ ନଦୀ ତାଲିକାର ଷଷ୍ଠ ସ୍ଥାନରେ ରହିଛି ଓଡିଶା । ରାଜ୍ୟର ୧୯ ନଦୀ ଓ ନାଳ ପ୍ରଦୂଷିତ। ମହାନଦୀରୁ ଆରମ୍ଭ କରି ଗଙ୍ଗୁଆ ନାଳ ପ୍ରଦୂଷିତ। ଲୋକସଭାରେ ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ। ଶିଳ୍ପନୁଷ୍ଠାନ ଏବଂ  ନାଳ ନର୍ଦ୍ଦମାର ପ୍ରଦୂଷିତ ପାଣି  ସିଧା ସଳଖ ନଦୀରେ ପଡୁଥିବାରୁ ରାଜ୍ୟରେ ଗୋଟାକ ପରେ ଗୋଟେ ନଦୀ ନାଳ ଏହି ତାଲିକାରେ ଯୋଡି ହେବାରେ ଲାଗିଛି। ସରକାର  ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବାରେ ବିଳମ୍ବ କରିବା ଯୋଗୁ ସ୍ଥିତି ସଂଗୀନ ହେବାରେ ଲାଗିଚି ବୋଲି ବିଶେଜ୍ଞମାନେ ମତ ପ୍ରକାଶ କରିଛନ୍ତି।    

ତଥ୍ୟ ଅନୁସାରେ ମହାନଦୀ, ଋଷିକୂଲ୍ୟା, ବ୍ରାହ୍ପଣୀ, ବୁଢ଼ାବଳଙ୍ଗ, କାଠଯୋଡି କୁଆଖାଇ, ଦୟା, ଭେଡନ, ରତ୍ନଚିରା, ନାଗାବଳୀ, ଲୁଣା, ଆଦି ନଦୀର ପାଣି ପ୍ରଦୂଷିତ ହୋଇଛି। ଏହା ବାଦ ଗଙ୍ଗୁଆ, ଗୁରାଡିହ ନାଳ, ନଦିରା ଝର, ବଙ୍ଗୁର ନାଳ , ଶବୁଳିଆ ଓ ଶେରୁଆ ଜଳ ବି ପ୍ରଦୂଷିତ ତାଲିକାରେ ଅଛି। ଲୋକସଭାରେ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତ।  ଏହି ସବୁ ନଦୀ ଜଳ ପ୍ରଦୁଷଣ ହେବାର ପ୍ରମୁଖ କାରଣ ହେଉଛି ସହର ଓ ଶିଳ୍ପାଞ୍ଚଳରୁ ବାହରୁଥିବା ବର୍ଯ୍ୟବସ୍ତୁ ନଦୀ ଜଳରେ ମିଶିବା। ସହରର ନାଳନର୍ଦ୍ଦମା ପାଣି ବିଶୋଧନ ନ ହୋଇ ସିଧା ସଳଖ ନଦୀକୁ ଛାଡ଼ି ଦିଆଯଉଥିବାରୁ ନଦୀ ଜଳ ଅଧିକ ପ୍ରଦୂଷିତ ହେଉଛି। ଅନେକ ସ୍ଥାନରେ ନଦୀ କୂଳରେ ବର୍ଯ୍ୟବସ୍ତୁ ଗଦା ହୋଇ ଜଳ ପ୍ରଦୂଷଣ ମାତ୍ର ବଢ଼ାଉଛନ୍ତି। ଯେଉଁଥିପାଇଁ ଲୋକଙ୍କ ପିଇବା ପାଣି ମୁଖ୍ୟ ଉତ୍ସ ନଦୀ ପାଣି ପ୍ରଦୂଷିତ ହେବାରେ ଲାଗିଛି।

ସାରା ଦେଶରେ ୩୫୧ ନଦୀ ଓ କେନାଲ ପ୍ରଦୂଷିତ ହୋଇଥିବା ନେଇ ଲୋକସଭାରେ ତଥ୍ୟ ରଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ। ସବୁଠୁ ଅଧିକ ନଦୀଜଳ ପ୍ରଦୂଷିତ ତାଲିକାରେ ରହିଛି ମହାରଷ୍ଟ୍ର। ମହାରାଷ୍ଟ୍ରରେ ୫୩ ନଦୀ ଓ କେନାଲ ଜଳ ପ୍ରଦୂଷିତ ହୋଇଥିବା ବେଳେ ଆସମର ୪୪ ନଦୀ ଜଳ, ମଧ୍ୟପ୍ରଦେଶର ୨୨ ନଦୀ ଜଳ, କେରଳରେ ୨୧ ଓ ଗୁଜରାଟର ୨୦ ନଦୀ ଓ କେନାଲର ଜଳ ପ୍ରଦୂଷିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.