Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଦିଲ୍ଲୀରେ କଂଗ୍ରେସ ସଜାଡିବାକୁ ଚାଲିଛି ମାନସ ମନ୍ଥନ: ଓଡିଶାରେ ପିସିସି ସଭାପତିଙ୍କ ବିରୋଧରେ ଛାତ୍ର କଂଗ୍ରେସର ବିଷୋଦଗାର, ସୁର କହିଲେ ପୁରୁଣା ରୋଗ…

12/09/2019 at 5:51 PM

ନୂଆଦିଲ୍ଲୀ/ଭୁବନେଶ୍ବର୧୨|୯: ଦିଲ୍ଲୀରେ ତୃଣମୂଳ ସ୍ତରରେ କଂଗ୍ରେସକୁ ଦୃଢ଼ କରିବାକୁ ସୋନିଆ ଗାନ୍ଧୀ ମାନସମନ୍ଥନ କରୁଥିବାବେଳେ ରାଜ୍ୟରେ କଂଗ୍ରେସରେ ଫାଟ ଆଁ ମେଲା କଲାଣି । ଜଣକ ପ​‌ରେ ଜଣେ ନେତା ପିସିସି ସଭାପତିଙ୍କୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି। ସଦସ୍ୟତା ସଂଗ୍ରହ ଏବଂ ଗାନ୍ଧୀଜୟନ୍ତୀ କୁ କଂଗ୍ରେସ ତୃଣମୃଳ ସ୍ତରରୁ ଦୃଢ଼ କରିବାକୁ  କମର କଷିଛି । ଏହାସହିତ ରାଜ୍ୟ କଂଗ୍ରେସରେ ଯେଉଁମାନେ ବିଦ୍ରୋହ ପ୍ରଦର୍ଶନ କରୁଛନ୍ତି, ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ… 

 

ଦିଲ୍ଲୀରେ କଂଗ୍ରେସର ମାନସ ମନ୍ଥନ । ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀଙ୍କ କାନରେ ମନ୍ତ୍ର ପୁଙ୍କିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।   ୨୦୨୨ ପର୍ଯ୍ୟନ୍ତ କଂଗ୍ରେସର  ସଦସ୍ୟତା ସଂଗ୍ରହ ଉପରେ ଏଥିରେ ଆଲୋଚନା ହୋଇଛି । ୫ ଟଙ୍କା ଦେଇ ନୂଆ ସଭ୍ୟ ହେବେ । ନିଷ୍ଠା ଓ କାର୍ଯ୍ୟ ଅନୁସାରେ ସେମାନଙ୍କୁ ଅଧିକ ଦାୟିତ୍ବ ଦିଆଯିବ। ଏହାସହ ଗାନ୍ଧିଜୀଙ୍କର ୧୫୦ ତମ ଜୟନ୍ତୀ ସବୁ ରାଜ୍ୟର ରାଜଧାନୀରେ ପାଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଅକ୍ଟୋବର ୨ରେ ପଦଯାତ୍ରା କରିବ। ଅକ୍ଟୋବର ୩ରୁ ୯ ତାରିଖ ପର୍ଯ୍ୟନ୍ତ ସବୁ ବ୍ଲକସ୍ତରରେ ଗାନ୍ଧୀ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।  

ଏପଟେ ରାଜ୍ୟ କଂଗ୍ରେସରେ ବିଦ୍ରୋହର ବହ୍ନି ଜଳୁଛି । ପିସିସି ସଭାପତିଙ୍କ ବିରୋଧରେ ଛାତ୍ର କଂଗ୍ରେସ ବିଷୋଦଗାର କରିଛି ।  ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି । ନିରଞ୍ଜନଙ୍କ ପାଇଁ ହିଁ ୨୦୧୯ ନିର୍ବାଚନରେ  କଂଗ୍ରେସର ବିପର୍ଯ୍ୟୟ ଘଟିଲା ​‌ବୋଲି ଅଭିଯୋଗ କରିଛି ଛାତ୍ରକଂଗ୍ରେସ। ଏପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଏହା ରୋଗ ହୋଇ ଗଲାଣି । ଯିଏ ସଭାପତି ହେବ ତା ବିରୋଧରେ ମୋର୍ଚ୍ଚା ବାନ୍ଧିବା ଅଭ୍ୟାସ ହୋଇଗଲାଣି । ତେବେ କଂଗ୍ରେସ ପ୍ରଭାରୀ କହିଛନ୍ତି ସମସ୍ତ ବିଷୟରେ ଅବଗତ ହେବା ପରେ ଶୃଙ୍ଖଳା ଗତ କାର୍ଯ୍ୟନୂଷ୍ଠାନ  ନିଆଯିବ।

କାଲି ବୈଠକର ଦ୍ବିତୀୟ ଦିନ । ଏଥିରେ ସବୁରାଜ୍ୟର ସଂପାଦକ ଯୋଗ ଦେବେ।  କଂଗ୍ରେସର ନୀତି ଓ ଆର୍ଦଶ କିଭିଳି ତୃଣମୂଳ ସ୍ତରରେ ପହଞ୍ଚିବ ତା ଉପରେ ଆଲୋଚନା ହେବ।  କଂଗ୍ରେସ ସେଥିପାଇଁ ପ୍ରେରକ ନାମରେ ଏକ କ୍ୟାଡର ସୃଷ୍ଟି କରିବାକୁ ଯାଉଛି । ଏହି ପ୍ରେରକ ମାନେ ହିଁ କଂଗ୍ରେସର ଅସଲ ପ୍ରଚାରକ ହେବେ।

   Related Posts