Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ହସ୍ତଶିଳ୍ପର ମାର୍କେଣ୍ଟିଙ୍ଗ ଲାଗି ଫ୍ଲିପକାର୍ଟ ସହ ରାଜ୍ୟ ସରକାରଙ୍କଏମଓୟୁ

1/12/2019 at 1:09 PM

ଭୁବନେଶ୍ୱର ୧।୧୨: ଅନ-ଲାଇନରେ ଉପଲବ୍ଧ ହେବ ଓଡିଶାର ହସ୍ତଶିଳ୍ପ ସାମଗ୍ରୀ । ଏଥିଲାଗି ଓଡିଶା ସରକାର ଓ ଫ୍ଲିପକାର୍ଟ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)  ସ୍ୱାକ୍ଷରିତ ହୋଇଛି ।  ଏହି ଏମଓୟୁ ସ୍ୱାକ୍ଷର ଦ୍ୱାରା ଓଡିଶାରେ ଫ୍ଲିପକାର୍ଟର ସମର୍ଥ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ।

ଫଳରେ ବୁଣାକାର, ହସ୍ତଶିଳ୍ପୀ ଓ କାରିଗର ରାଜ୍ୟର ହଲ୍‌ମାର୍କରେ ସେମାନଙ୍କର ଉତ୍ପାଦକୁ ଜାତୀୟ ବଜାରରେ ପ୍ରବେଶ କରାଇବାରେ ସକ୍ଷମ ହେବେ । ବିଶେଷ ଭାବରେ କାରିଗରମାନଙ୍କୁ ଯେଉଁମାନେ ବଜାର ପ୍ରବେଶ, ତାଲିମ ଓ ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ କରିଥାନ୍ତି, ରାଜ୍ୟ ସରକାର ଫ୍ଲିପ୍‌କାର୍ଟ ଗ୍ରୁପ୍‌ଙ୍କ ସହିତ ମିଶି ସେମାନଙ୍କୁ ସହଯୋଗ କରିବେ ।

ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ପାଇଁ ସେମାନଙ୍କ ଉତ୍ପାଦ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ଲାଗି ଇ-କମର୍ସ ମଡେଲର ସୁବିଧା ଜନିତ ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି ।

   Related Posts