ଅଗଷ୍ଟ ୩୧ ତାରିଖରେ ମିଳିବ ସରକାରୀ କର୍ମଚାରୀଙ୍କୁ ଚଳିତ ମାସର ଦରମା

Published By : Prameya-News7 Bureau | August 28, 2019 IST

ଭୁବନେଶ୍ୱର ୨୮। ୮: ରାଜ୍ୟର ସମସ୍ତ ସରକାରୀ କର୍ମାଚାରୀଙ୍କୁ ଅଗଷ୍ଟମାସର ଦରମା ସେପ୍ଟେମ୍ବର ୧ ତାରିଖ ପରିବର୍ତ୍ତେ ଅଗଷ୍ଟ ୩୧ ତାରିଖରେ ପ୍ରଦାନ କରାଯିବ। ରାଜ୍ୟ ସରକାର ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧, ୨ ଓ୩ ତାରିଖ ଛୁଟି ପଡୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ସେପ୍ଟେମ୍ବର ୩ ତାରିଖରେ ନୂଆଖାଇ ପଡୁଥିବାରୁ କର୍ମଚାରୀଙ୍କ ସୁବିଧା ଲାଗି ସରକାର ଏଭଳି ପଦେକ୍ଷପ ନେଇଛନ୍ତି। କେବଳ କର୍ମଚାରୀ ନୁହଁନ୍ତି ଅବରପ୍ରାପ୍ତ କର୍ମଚାରୀଙ୍କୁ ବି ସେମାନଙ୍କ ପେନସନ୍  ସେପ୍ଟେମ୍ବର ୧ତାରିଖ ପୂର୍ବରୁ ମିଳିଯିବ।

{"id":150246,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.