୧୮ରେ ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି : ଓଟିଭି ଏମଡିଙ୍କ ସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର ଓ ଭୁବନେଶ୍ବର ଡିସିପିଙ୍କୁ ହାଜର ପାଇଁ ନୋଟିସ୍

Published By : Prameya-News7 Bureau | November 10, 2020 IST

ଭୁବନେଶ୍ବର ୧୦।୧୧: ଆସନ୍ତା ୧୮ ତାରିଖରେ ରାଜ୍ୟ ଶିଶୁ ଅଧିକାର ଆୟୋଗରେ ଭୁବନେଶ୍ବର ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ହେବ । ପୀଡିତା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଶୁଣାଣି ହେବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।  

ଆସନ୍ତା ୧୮ ତାରିଖରେ ହାଜର ହେବାକୁ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ଶିଶୁ ଅଧିକାର ଆୟୋଗ । କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର, ଅଭିଯୋଗକାରିଣୀ ଓ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଏ ନେଇ ସୂଚନା ଦେଇଛନ୍ତି ।

ଗତ ୫ ତାରିଖରେ ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପକ୍ଷ ରଖିଥିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପକ୍ଷ ରଖିଥିଲେ ଜଗି ପଣ୍ଡା । ମାମଲା ନାକଚ କରିବାକୁ ଆବେଦନ କରିଥିଲେ । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡିଙ୍କୁ ହାଜର ହେବାକୁ ନୋଟିସ କରିଥିଲେ ମହିଳା କମିଶନ ।

ପ୍ରଥମ ଥର ସେ ମହଳା କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ କାମ ଥିବା ଆଳ ଦେଖାଇ ହାଜର ହୋଇନଥିଲ । ପରେ ପୁଣି କମିଶନଙ୍କ ପକ୍ଷରୁ ତାଙ୍କୁ ନୋଟିସ କରାଯାଇଥିଲା । ମାତ୍ର ବ୍ୟକ୍ତିଗତ ଭାବେ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ଜଗି ପଣ୍ଡା ନିବେଦନ କରିଥିଲେ । ତାଙ୍କ ଆବେଦନ ଖାରଜ କରିଥିଲେ ମହିଳା କମିଶନ । ପୁଣି ଶିଶୁ ଅଧିକାର କମିଶନଙ୍କ ନିକଟରେ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.