ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ ; ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

Published By : Prameya-News7 Bureau | January 29, 2019 IST

ଭୁବନେଶ୍ବର ୨୯|୧:  ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ । ସଂଧ୍ୟା ସାଢ଼େ ୫ଟାରେ ସଚିବାଳୟରେ ଏହି ବୈଠକ ବସିବ । ଏଥିରେ ମୋଟ୍ ୧୨ଟି ପ୍ରସ୍ତାବରେ ମୋହର ବାଜିବାର ସମ୍ଭାବନା ରହିଛି । ବିଶେଷ କରି ପଞ୍ଚାୟତିରାଜ ବିଭାଗ ଅଧୀନରେ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ଉପରେ କ୍ୟାବିନେଟ୍ ରେ ନିଷ୍ପତ୍ତି ହେବ । ସେହିପରି ମହିଳା ଓ ଶିଶୁ ବିକାଶ, ଗୃହ ଓ ସଂସଦୀୟ ବ୍ୟାପାର ବିଭାଗର କେତେକ ପ୍ରସ୍ତାବ ଉପରେ ଆଜି ମୋହର ବାଜିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.