ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବରେ ଲାଗିଲା ମୋହର, ଜାଣନ୍ତୁ କେଉଁ ସବୁ ପ୍ରସ୍ତାବକୁ ମିଳାଲା ମଞ୍ଜୁରୀ
29/01/2019 at 10:05 PM

ଭୁବନେଶ୍ବର୨୯|୧: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । କାଳିଆ ଯୋଜନାରେ ସବୁ ହିତାଧିକାରୀଙ୍କୁ ମିଳିବ ସରକାରୀ ସାହାଯ୍ୟ । ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାରୁ ଲାଭ ପାଇ ପାରିବେ ହିତାଧିକାରୀ । ୫ଲକ୍ଷ କୃଷି ଶ୍ରମିକ କାଳିଆ ଯୋଜନାରେ ସାମିଲ ହେବେ ପ୍ରତିବର୍ଷ ଦୁଇ କିସ୍ତିରେ ଚାଷୀଙ୍କୁ ମିଳିବ ଟଙ୍କା ।
ଓଡିଶା ହସ୍ତଶିଳ୍ପ ଯୋଜନା ୨୦୧୯କୁ ଅନୁମୋଦନ କରିଛି କ୍ୟାବିନେଟ୍ । ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ ହାର ହ୍ରାସ ପାଇଁ ଚାଲିଥିବା ସଂମ୍ପୁର୍ଣ୍ଣା ଯୋଜନାରେ ଗର୍ଭବତୀ ମହିଳାଙ୍କ ପରିବହନ ଲାଗି ୧ହଜାର ଓ ହସ୍ପିଟାଲରୁ ଘରକୁ ଫେରିବାକୁ ୫ଶହ ଟଙ୍କା ଦିଆଯିବ । ଦୁର୍ଗମ ଅଞ୍ଚଳରେ ପରିବହନ ବ୍ୟବସ୍ଥା ସୁଧାରିବାକୁ ୯୨ଟି ବାଇକ୍ ଆମ୍ବୁଲାନ୍ସ ଯୋଗାଇ ଦିଆଯିବାକୁ ନିଷ୍ପତି ହୋଇଛି ।
ସଚିବାଳୟ ଡାଟା ଏଣ୍ଟ୍ରି କ୍ୟାଡର୍ ରୁଲରେ ସଂଶୋଧନ ପାଇଁ ହୋଇଛି ନିଷ୍ପତ୍ତି । ଏହାସହ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ୫ ଟେଣ୍ଡରକୁ ଅନୁମୋଦନ ମିଳିଛି । ଭଦ୍ରକ ଜିଲ୍ଲାର ଲୁଣିପାଣି ଅଞ୍ଚଳକୁ ଯୋଗାଣ ହେବ ପାନୀୟ ଜଳ । ଏଥିପାଇଁ ଜିଲ୍ଲାର ୫ଟି ବ୍ଲକ୍ ପାଇଁ ଖର୍ଚ୍ଚ ହେବ ୭୫୪ କୋଟି ।
ଢେଙ୍କାନାଳ ଜିଲ୍ଲାର ପାନୀୟ ଜଳ ଯୋଗାଣ ପାଇଁ ୩୧୫ କୋଟି ଓ କେନ୍ଦୁଝର ଜିଲ୍ଲାର ପାନୀୟ ଜଳ ଯୋଗାଣ ପାଇଁ ୯୭୯ କୋଟି ଖର୍ଚ୍ଚ ପାଇଁ ନିଷ୍ପତ୍ତି ହୋଇଛି । ଭୁବନେଶ୍ବର ASBM କୁ ବିଶ୍ବବିଦ୍ୟାଳୟ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।