ଆଜି ରାଜ୍ୟ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ, ଆଶାୟୀମାନଙ୍କ ପାଇଁ କଡା ନିୟମ କରିଛି ଦଳ ; ଆସନ୍ତାକାଲି ଘୋଷଣା ହେବ ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 15, 2019 IST

ଭୁବନେଶ୍ବର ୧୫|୩ : ଆଜି ରାଜ୍ୟ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ତେବେ ଆଶାୟୀ ମାନଙ୍କ ପାଇଁ କଡ଼ା ନିୟମ କରିଛି ଦଳ ।  ପାର୍ଟି ଅଫିସ ଆସନି, ଭିଡ଼ କରନି ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଆସନ୍ତାକାଲି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏଥିପାଇଁ ପ୍ରାର୍ଥୀ ତାଲିକା ଏକ ରକମ ପ୍ରସ୍ତୁତ ହୋଇସାରିଛି । ଆଜି ବୈଠକରେ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ନେଇ ଆଲୋଚନା ହୋଇପାରେ । ପ୍ରାର୍ଥୀ ହେବା ପାଇଁ ଆଶାୟୀମାନେ ରାଜ୍ୟ କାର୍ଯ୍ୟାଳୟରେ ଭିଡ଼ ଲଗାଉଥିବାରୁ ତା ଉପରେ ଦଳ କଟକଣା ଲଗାଇଛି । ଅଯଥାରେ ଅଫିସରେ ଭିଡ଼ ନକରି ନିଜ ନିଜ ଅଞ୍ଚଳରେ ଦୁର୍ଗ ଜଗିବାକୁ ଦଳ କହିଛି । ୪ଟି ପର୍ଯ୍ୟାୟରେ ଏଥର ରାଜ୍ୟରେ ଭୋଟ୍ ହେଉଥିବାରୁ ଦଳ ପ୍ରତି ପର୍ଯ୍ୟାୟ ପାଇଁ ୨ ଥର ଲେଖାଏଁ ପ୍ରଚାର ପାଇଁ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ଆଣିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.