ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ପୂରିଲା ୧୨୦ ଦିନ : ଆସନ୍ତାକାଲି ପଶ୍ଚିମ ଓଡିଶାର ୬ଜଣ ବିଧାୟକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ କରିବେ ସାକ୍ଷାତ

Published By : Prameya-News7 Bureau | January 02, 2019 IST

ସମ୍ବଲପୁର ୨|୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି । ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୂରିଛି ଶହେ କୋଡିଏ ଦିନ । ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି । ଆସନ୍ତାକାଲି ପଶ୍ଚିମ ଓଡିଶାର ୬ଜଣ ବିଧାୟକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବା ସହ , ଅଚଳାବସ୍ଥା ଦୂର କରିବା ଦିଗରେ ଆଲୋଚନା କରିବେ ।  ସମାଧାନର ରାସ୍ତା ନବାହାରିଲେ, ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିବାକୁ ଅଣ୍ଟା ଭିଡିଛନ୍ତି ଆନ୍ଦୋଳନକାରୀ ।

{"id":69727}

୧୨୦ ଦିନରେ ପହଞ୍ଚିଲା ଆନ୍ଦୋଳନ । ସମ୍ବଲପୁର ସମେତ ପଶ୍ଚିମଓଡିଶାର ୯ଟି ଜିଲ୍ଲାରେ ଜାରି ରହିଛି ଆନ୍ଦୋଳନ ।  ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୪ମାସ ହେଲା ସବୁ ଅଚଳ । କାଲି ପଶ୍ଚିମଓଡିଶାର ୬ଜଣ ବିଧାୟକ,ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବେ । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦିଗରେ, ଆଲୋଚନା କରିବା ସହ, ଅଚଳାବସ୍ଥା ଦୂର କରିବାକୁ ଉଦ୍ୟମ କରିବେ । , ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବ ପଶ୍ଚିମଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।  ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ, ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଆଇନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ପଠାଇବାକୁ ଅନୁରୋଧ କରିବା ନେଇ ନିଷ୍ପତ୍ତି ହୋଇଛି ।

{"id":69728}

ନିର୍ବାଚନ ଆଉ ମାତ୍ର ୪ମାସ । ସେପଟେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ଦେଢକୋଟି ଲୋକ ଏବେ କୋର୍ଟ ନାହିଁ ଭୋଟ ନାହିଁ ନାରାରେ ଆଗକୁ ବଢୁଛନ୍ତି । ଓକିଲଙ୍କ ଆନ୍ଦୋଳନ ଏବେ ଗଣ ଆନ୍ଦୋଳନର ରୂପ ନେଇସାରିଛି ।  ଦାବି ପୂରଣ ଦିଗରେ ପ୍ରକ୍ରିୟା ଆରମ୍ଭ ନହେଲେ ଆସନ୍ତା ୭ରୁ ୯ ଯାଏଁ  ପଶ୍ଚିମ ଓଡିଶାରେ ଅର୍ଥନୈତିକ ଅବରୋଧ କରାଯିବାକୁ, ସିଏସି ନିଷ୍ପତ୍ତି ନେଇଛି ।

{"id":69729}

ଆନ୍ଦୋଳନ ଉଗ୍ର ରୂପ ନେଲାଣି । ହେଲେ ସରକରଙ୍କର ଏ ଦିଗରେ ତତ୍ପରତା ନାହିଁ । ସମସ୍ୟା ସମାଧାନ ଦିଗରେ ଉଦ୍ୟମ ବି ନାହିଁ । ତେଣୁ ସରକାର ବିଭିନ୍ନ ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଆନ୍ଦୋଳନ ସୃଷ୍ଟି ନକରି ସମାଧାନାର ରାସ୍ତା ବାହାର କରିବା ଜରୁରୀ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.