୧୦ ତାରିଖ ପାଇଁ ସଚିବାଳୟ ସୁରକ୍ଷା ବ୍ୟବସ୍ଥା କଡାକଡି
7/09/2018 at 7:27 PM

ଭୁବନେଶ୍ବର୭|୯: ଆସନ୍ତା ୧୦ତାରିଖ କଂଗ୍ରେସର ଭାରତବଂଦ ପରିପ୍ରେକ୍ଷୀରେ ସଚ୍ଚିବାଳୟର ସୁରକ୍ଷାକୁ କଡାକଡି କରାଯାଇଛି। ସଚ୍ଚିବାଳୟ କର୍ମଚାରୀଙ୍କ ପାଇଁ ଗୃହବିଭାଗ ଆଡଭାଇଜରୀ ମଧ୍ୟ ଜାରୀ କରିଛନ୍ତି ଗୃହ ବିଭାଗ। କର୍ମଚାରୀମାନେ ସକାଳ ୯.୩୦ ମିନିଟ ସୁଦ୍ଧା କାର୍ଯରେ ଯୋଗ ଦେବେ। ନିଜ ସିଟ୍ ଛାଡି ଅନ୍ୟତ୍ର ବୁଲାବୁଲି କରିବେ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସକାଳ ୧୦.୧୫ମିନିଟ୍ରେ ସଚ୍ଚିବାଳୟର ମୁଖ୍ୟ ଫାଟକ ବନ୍ଦ ହେବ । ଏହାପରେ କର୍ମଚାରୀମାନେ ପଛଗେଟ୍ ଦେଇ ଯାତାୟତ କରିପାରିବେ। ୧୦ ତାରିଖ ଦିନ କର୍ମଚାରୀଙ୍କ ପରିଚୟ ପତ୍ର ଏବଂ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଅନ୍ୟ କର୍ମଚାରୀଙ୍କ ପାଇଁ ଅନୁମତି ପତ୍ର କଡାକଡି ଯାଂଚ କରାଯିବ । ଚାରି ଚକିା ଯାନ ପ୍ରବେଶନେଇ ମଧ୍ୟ କଡା ଯାଂଚ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ୧୦ ତାରିଖ ଦିନ ସଚ୍ଚିବାଳୟକୁ ସାଧାରମ ଲୋକ ନ ାସିବା ପାଇଁ ମଧ୍ୟ କୁହାଯାଇଛି।