Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଓଡିଶା ସାହିତ୍ୟ ଏକାଡେମୀର ବିଶିଷ୍ଟ କବି ଜୟନାରାୟଣ ତ୍ରିପାଠୀଙ୍କ ପରଲୋକ

25/07/2020 at 2:39 PM

ଝାରସୁଗୁଡା, ୨୫|୦୭:  ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ, ଲବ୍ଧପ୍ରତିଷ୍ଠ ବରିଷ୍ଠ କବି, ମେଳାପୀ, ମିଷ୍ଟଭାଷୀ, ସ୍ନେହୀ  ଜୟନାରାୟଣ ତ୍ରିପାଠୀ ଶନିବାର ସକାଳେ ଝାରସୁଗୁଡା ସ୍ଥିତ ବାସଭବନ ‘ନଳିନୀ ନିବାସ’ରେ ଇହଲୀଳା ସମ୍ବରଣ କରିଛନ୍ତି ।

୧୯୩୯ ଏପ୍ରିଲ ୨୫ ତାରିଖରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଭେଡେନ ନଦୀ ତଟବର୍ତ୍ତୀ ଶ୍ରୀପୁରା ଗ୍ରାମରେ ଜୟନାରାୟଣଙ୍କର ଜନ୍ମ । ସେ ଡାକ ବିଭାଗରେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ଲେଖାଲେଖି ଆରମ୍ଭ କରିଥିଲେ ଓ ଶେଷ ସମୟ ଯାଏ  ତାଙ୍କର ଲେଖନୀ ଚାଳନା ବଳବତ୍ତର ରହିଥିଲା । “ନିର୍ମାଲ୍ୟ, ‘ଗୁପ୍ତଲୀଳା’,’ଅନ୍ତର୍ଦାହ’,’ବିବର୍ତ୍ତନ’, “ସମ୍ମୋହନ”, ଓ  ନୈବେଦ୍ୟ,” ଶୀର୍ଷକ ଛଅଟି କବିତା ସଂକଳନ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଅପ୍ରକାଶିତ ପାଣ୍ଡୁଲିପି ମଧ୍ୟ ରହିଛି।  ତାଙ୍କର ସାରସ୍ୱତ ସାଧନା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ତଥା  ଉତ୍କଳ ସାହିତ୍ୟ ସମାଜ, ଝାରସୁଗୁଡା ଶାଖା ସହିତ ଆହୁରି ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ  ହୋଇଥିଲେ ।  ତାଙ୍କ ବିୟୋଗରେ ଝାରସୁଗୁଡା ସାରସ୍ୱତ  କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି  ଓ  ଝାରସୁଗୁଡାବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

 କବି ଜୟନାରାୟଣ ତ୍ରିପାଠୀ ସମ୍ବଲପୁର ଜିଲ୍ଲାର ଭେଡେନ ନଦୀ ତଟ ବର୍ତ୍ତି ଶ୍ରିପୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ରାଧାଶ୍ୟାମ ତ୍ରିପାଠୀ ମାତାଙ୍କ ନାମ ମହାଦେଇ। ବିଦ୍ୟାଳୟ ଅଧ୍ୟୟନ ସମୟରୁ ଲେଖା ଲେଖି ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା। ୧୯୯୭ରେ ତାଙ୍କ ପ୍ରଥମ କବିତା ସଙ୍କଳନ (ନିର୍ମାଲ୍ୟ)ପ୍ରକାଶିତ ହେବା ପରେ ତାଙ୍କ କବି ପ୍ରତିଭା ଲୋକ ଲୋଚନକୁ ଆସିଥିଲା। ସାହିତ୍ୟ ନୁରାଗି ଗଣ ତାଙ୍କୁ ନିର୍ମାଲ୍ୟ ପାଇଁ ଉଚ୍ଚ ପ୍ରଶଂସା କରୁଥିଲେ। ଅନେକ ପତ୍ର ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇ ସାରିଛି।

ସେ କେଉଁଝର ଅନ୍ନପୂର୍ଣ୍ଣା ସମ୍ମାନ, ଜ୍ଞାନ ପୁଷ୍ପ ସମ୍ମାନ, ଜ୍ଞାନ ଦୀପ ସମ୍ମାନ,ସେବା ଶ୍ରୀ ସମ୍ମାନ, କଳିଙ୍ଗ ସମ୍ମାନ, ଗୌରବ ସମ୍ମାନ, ପ୍ରଭାତରଙ୍ଗ ସମ୍ମାନ, ସିଂହ ଦ୍ୱାର ସମ୍ମାନ, ଗନ୍ଧାଗିରି ସମ୍ମାନ, ନୂଆଦିଲ୍ଲୀର ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଫେଲୋସିପ ଦ୍ଵାରା ସମ୍ମାନିତ, ପଞ୍ଚସାସନି ବ୍ରାହ୍ମଣ ସମାଜ ଦ୍ଵାରା ମଧ୍ୟ ସମ୍ବର୍ଦ୍ଧିତ, ଓଡ଼ିଶା ସାହିତ୍ୟ ଏକାଡେମୀ କତୃକ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ୧୫୦ତମ ଜନ୍ମ ବାର୍ଷିକ ଅବସରରେ ସମ୍ବର୍ଦ୍ଧିତ। ଓଡ଼ିଶା ପ୍ରାଚୀନତମ ସାରସ୍ଵତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ଝାରସୁଗୁଡ଼ା ଜିଲ୍ଲା ଶାଖା ଗଠନ ଅବସରରେ ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କ ପ୍ରକାଶିତ କୃତି ଗୁଡ଼ିକ ହେଲା (ନିର୍ମାଲ୍ୟ,୧୯୯୭)(୨୦୦୨ ଗୁପ୍ତ ଲୀଳା)(୨୦୦୭ ଅନ୍ତରଦାହ)(୨୦୧୨ରେ ବିବର୍ତ୍ତନ)(୨୦୧୫ରେ ସମ୍ଭୋହନ)ଇତ୍ୟାଦି।

   Related Posts