Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ଉଦ୍‌ଘାଟିତ ହେଲା ରାଜ୍ୟର ପ୍ରଥମ କ୍ଷୀର ଏଟିଏମ୍, ଲିଟର ପିଛା ୪୦ ଟଙ୍କାରେ ମିଳିବ

5/07/2019 at 3:59 PM

ବ୍ରହ୍ମପୁର ୫|୭: ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ଉଦଘାଟିତ ହେଲା କ୍ଷୀର ଏଟିଏମ । ଗତକାଲି ଏହାକୁ ଉଦଘାଟନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ବୃହତ୍ତର ଗଞ୍ଜାମ-ଗଜପତି ଦୁଗ୍ଧ ଉତ୍ପାଦନ ସଂଘ, ଓମଫେଡ୍, ରାଷ୍ଟ୍ରୀୟ ଗୋ ବିକାଶ ବୋର୍ଡ ଓ ଟାଟା ଷ୍ଟିଲ୍ ମିଳିତ ଉଦ୍ୟମରେ ଏହାକୁ ସ୍ଥାପନ କରାଯାଇଛି ।

୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ । ଆଗାମୀ ଦିନରେ ସହରର ବଡ ମେଡିକାଲରେ ଏଭଳି ଏଟିଏମ ସ୍ଥାପନ କରାଯିବା ନେଇ ଗଞ୍ଜାମ ଜିଲ୍ଲାପାଳ ଓ ବିଧାୟକ ଗୁରୁତ୍ବାରୋପ ଦେଇଛନ୍ତି । ଲିଟର ପିଛା ୪୦ ଟଙ୍କାରେ କ୍ଷୀର ଉପଲବ୍ଧ ହେବାକୁ ଥିବାବେଳେ କ୍ଷୀରର ଗୁଣବତ୍ତା ପାଇଁ ଅତ୍ୟାଧୁନିକ ଶୈଳୀରେ ଏଥିରେ ଭିଟାମିନ୍ ଏ ଓ ଡି ମିଶ୍ରଣ କରାଯିବ । ଆର୍ଥିକ ମାନଦଣ୍ଡକୁ ସ୍ବଚ୍ଛଳ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ।

ଅତି କମ୍ ରେ ଜଣେ ଗ୍ରାହକ ୨୫୦ ମି.ଲି. ଏବଂ ଅତି ବେଶୀରେ ୫ ଲିଟର କ୍ଷୀର ଏଟିଏମରୁ ନେଇପାରିବେ । ସ୍ମାର୍ଟ କାର୍ଡ ବା ଆବଶ୍ୟକତା ଅନୁଯାୟୀ ଟଙ୍କା ପକାଇ କ୍ଷୀର ନେବା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ।

   Related Posts