ରାଜ୍ୟରେ ସ୍ଥିତି ସଙ୍ଗୀନ, କରୋନା ମୃତ୍ୟୁ ୨୭ : ଦୁଇ ଦିନିଆ ସଟ ଡାଉନର ସାମିଲ ହେଲା ବଲାଙ୍ଗୀର, ବରଗଡ ଓ ନୟାଗଡ, ଗଞ୍ଜାମରେ ଗାଡ଼ି ଚଳାଚଳ ଉପରେ ରୋକ୍

Published By : Prameya-News7 Bureau | July 02, 2020 IST

ଭୁବନେଶ୍ୱର ୦୨/୦୭ : ଗତ କିଛି ଦିନ ହେଲା ପ୍ରତିଦିନ ୨ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ବି ଗଞ୍ଜାମ ଜିଲ୍ଲାରେ ବଢୁଛି । ସ୍ଥାନୀୟ ସଂକ୍ରମଣ ବି ବଢିଚାଲିଥିବାରୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଭୟ ଘାରିଲାଣି । …..

ରାଜ୍ୟର ସ୍ଥିତି ସଂଗୀନ କଲାଣି କରୋନା । କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ୍‌ ସେଞ୍ଚୁରୀ ମାରି ଚାଲିଛି । ଏବେ କିଛି ଦିନ ଧରି ହାରାହାରି ୩୦ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୨୭ ଜୁନ୍ ରେ  ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ ସ୍ଥାନୀୟ ଆକ୍ରାନ୍ତ, ୨୮ ଜୁନ୍ ରେ ୩୧ , ୨୯ ଜୁନ୍ - ୧୪ , ୩୦ ଜୁନ୍ରେ ୪୩, ଏବଂ ଜୁଲାଇ -୧ରେ  ୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ଟନ ହୋଇଥିବା ବେଳେ -୩୬ ଜଣ ସ୍ଥାନୀୟ ଅଞ୍ଚଳର । ପଜିଟିଭ୍ଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଜଣେ ଗଞ୍ଜାମର ୪୯ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ଅନୁଗୁଳ ଜିଲ୍ଲାର ୫୭ ବର୍ଷୀୟ ପୁରୁଷ । ଏହାସହିତ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।

ଜୁଲାଇରେ ଚିହ୍ନଟ ୨୨୯ଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୯୫ ଜଣ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ବଢୁଥିବାରୁ ଗଞ୍ଜାମ ଜିଲ୍ଲାରେ ଗାଡ଼ି ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକ୍ ଲଗାଯାଇଛି।  ମାଲ୍ ପରିବହନ, କୃଷିଜାତ ସାମଗ୍ରୀ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବ୍ୟତୀତ ଅନ୍ୟ ସବୁ ଗାଡି ଚଳାଚଳ ଉପରେ ଜୁଲାଇ ୩୧ ପର୍ଯ୍ୟନ୍ତ ରୋକ୍ ଲଗାଯାଇଛି । ଲୋକେ ନିଜ ଘରଠାରୁ ୧ କିଲୋମିଟରରୁ ଅଧିକ ଦୂରକୁ ନଯିବା ପାଇଁ ଅନୁରୋଧ କରାଯାଇଛି। ସେହିପରି କଟକ ଜିଲ୍ଲା ଆଠଗଡରୁ ୧୭ ଜଣ ପଜିଟିଭ୍‌ ଅଛନ୍ତି । ଆଠଗଡ DSPଙ୍କ ପରିବାରର ୪ ଜଣ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଠଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି ।

{"id":294970,"sizeSlug":"large"}

ସେହିଭଳି ପୁରୀ ବୀରହରେକୃଷ୍ଣପୁର ପଞ୍ଚାୟତକୁ ୩ ତାରିଖ ସକାଳ ୬ଟାରୁ ୪ ତାରିଖ ସଂଧ୍ୟା ୬ଟା ଯାଏ  ୩୬ ଘଣ୍ଟା ସଟ୍‌ ଡାଉନ୍ କରାଯାଇଛି । ବରଗଡ଼ ଜିଲ୍ଲାର ସହରାଞ୍ଚଳରେ ଶନି ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିଛି ପ୍ରଶାସନ । ବଲାଙ୍ଗିର ଟାଉନ୍ ଶନିବାର ରବିବାର ସଟ୍‌ଡାଉନ୍ ଘୋଷଣା କରାଯାଇଛି । ନୟାଗଡ ଜିଲ୍ଲାରେ ଲୋକାଲ୍ କେସ୍‌ ବଢୁଥିବାରୁ ଜୁଲାଇ ମାସ ପ୍ରତି ଶନିବାର ଓ ରବିବାର ସଟଡାଉନ୍‌ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦୋକାନ ବଜାର ଖୋଲିବା ସମୟ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କରିବାକୁ ନିର୍ଦ୍ଦେଶ ରହିଛି ।  ଓଡଗାଁ ଏନ୍‌ଏସିର ୫ଟି ପଞ୍ଚାୟତର ୨୦ଟି ଗାଁକୁ କଣ୍ଟେନ୍ ମେଣ୍ଟ୍ ଘୋଷଣା କରିଛି । ଏହସହିତ ଓଡ଼ଗାଁ ବ୍ଲକର ୧୫ଟି ଗାଁକୁ ବଫର୍ ଜୋନ୍ ଘୋଷଣା କରାଯାଇଛି ।

ସେପଟେ ବରଗଡ କଟାପାଲି କଣ୍ଟେନମେଣ୍ଟ ଜୋନ ଘୋଷଣା ଓ କଟକଣା ପରେ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀ ଙ୍କୁ ଖାଦ୍ୟ ପେୟ ସାମଗ୍ରୀ, ପନିପରିବା, ଔଷଧ ଓ ଡାକ୍ତରୀ ସେବା ଯୋଗାଇ ଦିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ବରଗଡ଼ ତହସିଲଦାର ଲୋକଙ୍କୁ ବୁଝାସୁଝା କରିଛନ୍ତି । କାଲି  ଗାଁରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗାଁରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.