Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଛତିଶଗଡ ବଜାରରେ ଓଡିଶା ଧାନ – ଚାଷୀ ଝାଳ ବୁହାଇ ଅମଳ କରିଥିବା ଧାନରେ ମାଲେମାଲ ଦଲାଲ ଏବଂ ବେପାରୀ

21/11/2019 at 5:27 PM

ଭବାନୀପାଟଣା ୨୧।୧୧ –  ଛତିଶଗଡ ବଜାରରେ ଓଡିଶା ଧାନ । କଳାହାଣ୍ଡି , ନୁଆପଡା ଓ ନବରଂଗପୁରରୁ ବେଧଡକ ଚାଲାଣ ହେଉଛି କିଣ୍ଟାଲ କ୍ବିଣ୍ଟାଲ ଧାନ । ଚାଲଣ ବେଳେ ଦେଢ କୋଟି ଟଙ୍କାର ଧାନ ଜବତ କରିଛି ଛତିଶଗଡ ପ୍ରଶାସନ । ମଣ୍ଡି ଧାନବିକ୍ରି ବିଳମ୍ବରୁ ଚାଷୀ ଅଭାବୀ ବିକ୍ରୀର ଶୀକାର ହେଉଥିବା ବେଳେ ଦେ।ଷ ମାନିବାକୁ କିନ୍ତୁ ନାରାଜ୍ ଜିଲ୍ଲା ପ୍ରଶାସନ ।

କଳାହାଣ୍ଡିର ଧାନ ଛତିଶଗଡ଼ ଚାଲାଣ । ଚାଷୀ ଝାଳ ବୁହାଇ ଅମଳ କରିଥିବା ଧାନରେ ମାଲେମାଲ ଦଲାଲ ଏବଂ ବେପାରୀ । ଗତ କିଛି ବର୍ଷ ଧରି କଳାହାଣ୍ଡି ସୀମା ଛତିଶଗଡରେ ବେଶ୍ ଦଲାଲ ସକ୍ରିୟ ହେ।ଇଉଠିଛନ୍ତି ଦଲାଲ । ତେବେ ଧାନ କାରବାରର ପର୍ଦାଫାସ କରିବାକୁ ଅପରେସନ ଆରମ୍ଭ କରିଥିଲେ ଛତିଶଗଡ ଗରିଆବନ୍ଧ ଜିଲ୍ଲା ପ୍ରଶାସନ ଓ ପେ।ଲିସ । ଧରପଗଡ ବେଳେ କଳାହାଣ୍ଡି , ନୁଆପଡା ଓ ନବରଂଗପୁରରୁ ଚାଲାଣ ହେଉଥିବା ୧୫ ହଜାର ୩୮୦ ବସ୍ତା ଧାନ ଜବତ ହେ।ଇଛି । ଯାହାର ଆନୂମାନିକ ମୂଲ୍ୟ ଦେଢ କେ।ଟି ଟଙ୍କା ହେବ।

ଜିଲ୍ଲାରେ ନଭେମ୍ବର ୧ ତାରିଖରେ ମଣ୍ଡି ଖୋଲିବାକୁ ସରକାର ଘୋଷଣା କରିଥିଲେ । ଘୋଷଣାର ୧୯ଦିନ ପରେ ମାତ୍ର ୨୦ ପ୍ରତିଶତ ମଣ୍ଡି ଆରମ୍ଭ ହୋଇଛି । ଫଳରେ ବାଧ୍ୟ ହେ।ଇ କଷ୍ଟ ଉପାର୍ଜିତ ଫସଲକୁ ଅଣ୍ଡର ରେଟ୍‌ରେ ଦଲାଲ ହାତକୁ ଟେକି ଦେଉଛନ୍ତି ଚାଷୀ  । ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା ୧୧ ଶହ ରୁ ୧୪ ଶହ ମଧ୍ୟରେ କିଣି ଛତିଶଗଡ ବଜାରରେ ୨ ହଜାର ଟଙ୍କାରେ ବିକି ମାଲେମାଲ ହେଉଛନ୍ତି ଦଲାଲ । ସେପଟେ କିନ୍ତୁ ଛତିଶଗଡକୁ ଧାନ ଚାଲାଣକୁ ମାନିବାକୁ ନାରାଜ ଜିଲ୍ଲା ପ୍ରଶାସନ ।

ଛତିଶଗଡରେ ଡିସେମ୍ବର ପହିଲାରୁ ଧାନ କିଣା ଆରମ୍ଭ । ଏପଟେ ଜିଲ୍ଲାରେ ମଣ୍ଡି ଖେ।ଲିବାରେ ବିଫଳ ପ୍ରଶାସନ । ଯାହା କଙ୍କଡାକୁ ଗେ।ଳି ପାଣି ସୁହାଇଲା ଭଳି ହେ।ଇଛି ।

   Related Posts