Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଓଡ଼ିଶାରେ କରୋନା ଆତଙ୍କ : SCBରୁ ଫେରାର ସନ୍ଦିଗ୍ଧ ଘରୋଇ ହୋଟେଲରୁ ଠାବ, ଝାରସୁଗୁଡା ମେଡିକାଲରେ ଜଣେ ଭର୍ତ୍ତି

6/03/2020 at 7:42 PM

 ଭୁବନେଶ୍ବର ୦୬।୦୩: ଓଡ଼ିଶାରେ କରୋନା ଆତଙ୍କ । କଟକ ଏସ୍‌ସିବିରୁ ଫେରାର ହେଲେ କରୋନା ସନ୍ଦିଗ୍ଧ । ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଠାବ କରାଯାଇଛି । ସେଠାରୁ ତାଙ୍କୁ ପୁଣିଥରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଯୁବକ ଜଣକ ହେଲେ ଆୟାର୍ଲାଣ୍ଡର ପିଟର୍‌ । ଅନ୍ୟପଟେ ଭୁବନେଶ୍ବର ଆର୍‌ଏମ୍‌ଆର୍‌ସିରେ ଖୁବଶୀଘ୍ର କରୋନା ପରୀକ୍ଷା କରାଯିବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦ରୁ ଅଧିକ ଟେଷ୍ଟିଂ କିଟ୍‌ ଆସି ସାରିଛି।

କଟକ  ଏସ୍‌ସିବି ମେଡିକାଲରୁ ଫେରାର ହୋଇଗଲେ କରୋନା ସନ୍ଦିଗ୍ଦ ବିଦେଶୀ ନାଗରିକ । ଆଜି ତାଙ୍କୁ ଭୁବନେଶ୍ବରର ଏକ ତାରକା ହୋଟେଲରେ ଠାବ କରାଯାଇଛି । ଏହି ବିଦେଶୀ ନାଗରିକ ହେଉଛନ୍ତି ଆୟାର୍ଲାଣ୍ଡର ପିଟର୍‌ । ଗତକାଲି ସେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କର ସ୍କ୍ରିନିଂ କରାଯାଇଥିଲା । ତାଙ୍କର ଥଣ୍ଡା ସହିତ ଅନ୍ୟ କେତେକ ଲକ୍ଷଣ ଦେଖାଯିବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇ ପରୀକ୍ଷା କରାଯାଇଥିଲା ।

ତେବେ ତାଙ୍କର କେତେକ ଲକ୍ଷଣ ଦେଖାଯିବାକୁ କଟକ ଏସ୍‌ସିବିକୁ ରେଫର୍ କରିଦିଆଯାଇଥିଲା । ପିଟର୍‌ଙ୍କ ସହିତ ଯାଇଥିବା ଜଣେ ଆଟେଣ୍ଡାଣ୍ଟ ଏସ୍‌ସିବି ଆସୋଲେସନ୍‌ ୱାର୍କୁ ଯାଇ ପିଟରଙ୍କ ଚିକିତ୍ସା ପାଇଁ ଡକ୍ୟୁମେଣ୍ଟେସନ୍‌ କରୁଥିବା ବେଳେ ପିଟର ସେଠାରୁ ଫେରାର ହୋଇଯାଇଥିଲେ । ଏ ସଂପର୍କରେ କଟକ ଏସ୍‌ସିବି କର୍ତ୍ତୃପକ୍ଷ ତୁରନ୍ତ ଖୋଳତାଡ଼ କରିବା ପରେ ଭୁବନେଶ୍ବରର ଏକ ତାରକା ହୋଟେଲରୁ ଏହି ଆୟାର୍ଲାଣ୍ଡ ଯୁବକଙ୍କୁ ଠାବ କରାଯାଇଛି । କାହିଁକି ପିଟର ସେଠାରୁ ଫେରାର ହୋଇଗଲେ ସେ ସଂପର୍କରେ କିଛି ଜଣାପଡ଼ିନାହିଁ । ତେବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପୁଣି ଭର୍ତ୍ତି କରାଯିବ ।

ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି । ବାଗଡ଼ିହି ଅଞ୍ଚଳର ଜଣେ ଯୁବକ ନିକଟରେ ମାଲେସିଆରୁ ଫେରିଛନ୍ତି । ସେ ନିଜେ ଝାରସଗୁଡ଼ା ମୁଖ୍ୟ ଡାକ୍ତରଖାନାକୁ ଯାଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ତାଙ୍କର ସ୍ବାବ୍ କଲେକ୍ସନ କରାଯାଇ ପରୀକ୍ଷା ପାଇଁ ପଠାଯିବ । ତେବେ ତାଙ୍କର କରୋନା ନେଇ କୌଣସି ଲକ୍ଷଣ ନଥିବା ଏବଂ ଏନେଇ ଭୟଭୀତ ନହେବାକୁ ଝାରସୁଗୁଡ଼ା ସିଡିଏମଓ କହିଛନ୍ତି ।

ଆସନ୍ତା ସୋମବାର ଠାରୁ ଭୁବନେଶ୍ବର ଆର୍‌ଏମ୍‌ଆର୍‌ସିରେ କରୋନା ପରୀକ୍ଷା କରାଯିବ । ୬ରୁ ୮ ଘଣ୍ଟା ମଧ୍ୟରେ ଆସିଯିବ ଟେଷ୍ଟ ରିପୋର୍ଟ । ଆର୍‌ଏମ୍‌ଆର୍‌ସିରେ ଥିବା ଭାଇରାଲ ରିସର୍ଚ୍ଚ ଏଣ୍ଡ୍‌ ଡାଇଗ୍ନୋସିସ୍‌ ଲାବୋରଟୋରୀରେ ଏହି ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ଆରଏମଆର୍‌ସିକୁ ୧୦୦ରୁ ଅଧିକ ଟେଷ୍ଟିଂ କିଟ୍ ଆସିଛି । ଯଦି କୌଣସି ବ୍ୟକ୍ତିଙ୍କର କରୋନା ପଜିଟିଭ୍ ଟିହ୍ନଟ ହୁଏ ତେବେ ତାଙ୍କର ସାମ୍ପଲ ଆଉ ଥରେ ଟେଷ୍ଟ ପାଇଁ ପୁନେ ସ୍ଥିତି ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି-ଏନ୍‌ଆଇଭିକୁ ପଠାଯିବ ।

ଓଡ଼ିଶାରେ କରୋନାକୁ ନେଇ ସତର୍କତା ବଢ଼ିଚାଲିଛି । ସେପଟେ ଦେଶରେ ଅଧିକରୁ ଅଧିକ କରୋନା ପଜିଟିଭ୍ ଟିହ୍ନଟ ହେଉଛନ୍ତି । ଦିଲ୍ଲୀ ଉତ୍ତମ ନଗରରେ ଜଣେ ବ୍ୟକ୍ତିଙ୍କ ଠାରେ କୋଭିଡ୍‌-19 ଭାଇରସ୍ ଚିହ୍ନଟ ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁଛି । ସେ ପୂର୍ବରୁ ମାଲେସିଆ ଓ ଥାଇଲାଣ୍ଡ ଯାଇଥିଲେ ।

ଦିଲ୍ଲୀର ସମସ୍ତ ପ୍ରାଥମିକ ସ୍କୁଲକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବେଲଜିୟମ ଗସ୍ତ ବାତିଲ ହୋଇଯାଇଛି । ବହୁ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଏକାଠି ନ ହେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଇରାନରେ ଅଟକିଥିବା ୩୦୦ ଭାରତୀୟଙ୍କର ବ୍ଲଡ୍‌ ସାମ୍ପଲ ଅଣାଯାଉଛି । ଏଠାରେ ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯିବ ।

   Related Posts