ନୀତି ଆୟୋଗ ରପ୍ତାନୀ ପ୍ରସ୍ତୁତି ସୂଚକାଙ୍କ ୨୦୨୦ରେ ଓଡିଶା ପଞ୍ଚମରେ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ/ଭୁବନେଶ୍ଵର ୨୬।୦୮:  ନୀତି ଆୟୋଗ ଦ୍ଵାରା ପ୍ରସ୍ତୁତ ରପ୍ତାନୀ ପ୍ରସ୍ତୁତି ୨୦୨୦ ସୂଚକାଙ୍କରେ ହରିୟାଣା ଓ ତେଲଙ୍ଗାନା ପରେ ଓଡିଶା ପଞ୍ଚମ ସ୍ଥାନରେ ରହିଛି। ନୀତି ଆୟୋଗ ନିକଟରେ ପ୍ରକାଶ କରିଥିବା ରପ୍ତାନୀ ପ୍ରସ୍ତୁତି ସୂଚକାଙ୍କ ୨୦୨୦ ଭାରତର ରାଜ୍ୟଗୁଡିକୁ ସେମାନଙ୍କର ରପ୍ତାନୀ ପ୍ରସ୍ତୁତି ଆଧାରରେ ମାନ୍ୟତା ଦେଇଛି।

ରିପୋର୍ଟ ଅନୁଯାୟୀ ଓଡିଶା ୫୮.୨୩ ପଏଣ୍ଟ ସହିତ ରପ୍ତାନୀ ପ୍ରସ୍ତୁତି ସୂଚକାଙ୍କରେ ପଞ୍ଚମ ସ୍ଥାନରେ ରହିଛି। ଓଡିଶା ଶିଳ୍ପ ବିକଶିତ ରାଜ୍ୟ ତେଲଙ୍ଗାନା, ହରିୟାଣା, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶକୁ ପଛରେ ପକାଇ ରପ୍ତାନୀ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେଇଛି।

ଏକ୍ସପର୍ଟ ଇକୋ ସିଷ୍ଟମ ଆଧାରରେ ଓଡିଶା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ୬୯.୯୪ ପଏଣ୍ଟ ସହିତ ଦ୍ଵିତୀୟ ସ୍ଥାନରେ ରହିଛି। ସୂଚକାଙ୍କର ଏହି ସ୍ତମ୍ଭ ରାଜ୍ୟ ଦ୍ଵାରା ରପ୍ତାନୀ ଭିତ୍ତିକ ଇକୋ ସିଷ୍ଟମର ବିକାଶ ତଥା ପ୍ରୋତ୍ସାହନ ଦେବା ସୁବିଧା ଏବଂ ବିକାଶର ମାପିକାଠିର ମୂଲ୍ୟାଙ୍କନ କରେ।

ଏହା ବ୍ୟତୀତ ଓଡିଶାକୁ ଦେଶର ଉପକୂଳବର୍ତ୍ତୀ ରାଜ୍ୟମାନଙ୍କ ମଧ୍ୟରେ ରପ୍ତାନୀ ପ୍ରସ୍ତୁତିରେ ଚତୁର୍ଥ ସ୍ଥାନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ଓ ତାଙ୍କ ମନ୍ତ୍ର ୫-ଟି ଓ ମୋ ସରକାର ଦ୍ଵାରା ପରିଚାଳିତ ଶିଳ୍ପ ଓ ଉଦ୍ୟୋଗରେ ଅନେକ ପରିବର୍ତ୍ତନ ଆଣି ରାଜ୍ୟରେ ଦ୍ରୁତ ରପ୍ତାନୀ ପ୍ରସ୍ତୁତି ଆଗେଇ ଚାଲିଛି।

ଏହି ରିପୋର୍ଟ କେନ୍ଦ୍ର ଦ୍ଵାରା କାରବାର, ବାଣିଜ୍ୟ, ଶିଳ୍ପ ଏବଂ ରପ୍ତାନୀ ବିଶେଷଜ୍ଞଙ୍କ ଦ୍ଵାରା ସମୀକ୍ଷା ପରେ ଓଡିଶାକୁ ଏହି ମାନ୍ୟତା ଦେଇଛି। ଉଲ୍ଲେଖନୀୟ ଛଅ ଉପକୂଳବର୍ତ୍ତୀ ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଓଡିଶା, କର୍ଣ୍ଣାଟକ ଓ କେରଳ ସୂଚକାଙ୍କରେ ଶୀର୍ଷ ୧୦ରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.