ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ

Published By : Prameya-News7 Bureau | January 05, 2020 IST

ଭୁବନେଶ୍ବର ୦୫।୦୧: ଜାନୁଆରୀ ୫ତାରିଖ ରବିବାର ଠାରୁ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରବିବାର ଓ ଛୁଟିଦିନ ସହ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ୩୦ ରୁ ୫ ଟା ମଧ୍ୟରେ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ । ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଜାନୁଆରୀ ୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ବୁଲିପାରିବେ । ରବିବାର ବ୍ୟତିତ ପିଲାମାନେ ସକାଳ ୮ଟା ୩୦ ରୁ ଦିନ ୧୦ଟା ପର୍ଯ୍ୟନ୍ତ ବୁଲିପାରିବେ । ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ସୁରକ୍ଷା ବିଭାଗର ଏସିପିଙ୍କୁ ଚିଠି କରିବାକୁ କୁହାଯାଇଛି ।

ରାଜଭବନ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ରାଜଭବନ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ‘ରାଜଭବନ ଓଡ଼ିଶା’ ପ୍ରସ୍ତୁତ କରାଯାଇଛି। ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଗ୍ରାହକ ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରେ ପାଇ ପାରିବେ। ଦର୍ଶକମାନେ ଏହି ମୋବାଇଲ୍ ଆପକୁ ବ୍ୟବହାର କରି କ୍ୟୁଆର୍ କୋଡ୍ ପାଇପାରିବେ ଏବଂ ଏହାକୁ ରାଜଭବନ ଗେଟରେ ଥିବା ସୁରକ୍ଷାକର୍ମୀଙ୍କୁ ଦେଖାଇ ଭିତରକୁ ପ୍ରବେଶ କରିପାରିବେ । ସେହିପରି ରାଜଭବନ ଫାଟକ ସମ୍ମୁଖରେ ଥିବା ଅଭ୍ୟର୍ଥନା କକ୍ଷରେ ଦର୍ଶକମାନଙ୍କୁ ପୂର୍ବବର୍ଷ ଭଳି ଟିକେଟ୍ ମିଳିପାରିବ । ଦର୍ଶକମାନେ ଉଦ୍ୟାନ ଭିତରକୁ ଟିଫିନ ବକ୍ସ, ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଓ କ୍ୟାମେରା ନ ନେବାକୁ ଅନୁରୋଧ କରାଯାଇଛି । ଉଦ୍ୟାନରେ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ସହ ହରିଣ ପାର୍କ, ମ୍ୟୁଜିକ୍ ଫାଉଣ୍ଟେନ୍, ଓପନ୍ ଆକ୍ବାରିୟମ, ପକ୍ଷୀ ଖୁଆଡ଼ ଦେଖିପାରିବେ ଦର୍ଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.