ଓଡ଼ିଶାର ରେଳ ସ୍ବାର୍ଥଲାଗି ରେଳମନ୍ତ୍ରୀଙ୍କୁ ଭେଟିବ ବିଧାନସଭା କମିଟି, ତା' ଆଗରୁ ପରସ୍ପରର ଗୋଇ ଖୋଲିଲେ ବିଧାୟକ

Published By : Prameya-News7 Bureau | February 10, 2020 IST

ଭୁବନେଶ୍ବର୧୦/୨: ମଙ୍ଗଳବାରରେ ଦିଲ୍ଲୀରେ ରେଳ ମନ୍ତ୍ରୀଙ୍କୁ ଭେଟିବେ ବିଧାନସଭା​‌ ରେଳ କମିଟି ସଦସ୍ୟ ।ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକ ରେ ଏହି ନିଷ୍ପତି ​‌ହୋଇଛି। ସାଙ୍ଗରେ ରାଜ୍ୟସଭା ଓ ଲୋକ ସଭା ସଦସ୍ୟଙ୍କୁ ନେଇ ରେଳ ମନ୍ତ୍ରୀଙ୍କୁ  ଦାବି ପତ୍ର ଦେବେ । ଏପଟେ ବିଧାନସଭା କମିଟି ବୈଠକ ଅଧାରୁ  ଉଠି ଆସିଲେ  ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅର୍ଥ  ଆସୁଛି  ହେଲେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁ ନାହାନ୍ତି ଯେଉଁଥିପାଇଁ ଅର୍ଥ ଫେରିଯାଉଛି ବୋଲି ଅଭିଯୋଗ କରିଛନ୍ତି ମୋହନମାଝୀ। 

{"id":223008,"sizeSlug":"large"}

ବିଧାନସଭା ରେଲଓ୍ବେ କମିଟି ବୈଠକ ଅଧାରୁ ଉଠି ଆସିଲେ ବିଜେପି ବିଧାୟକ ମୋହନ ମାଝୀ। ବୈଠକରେ ମୋହନ ମାଝି ଜମି ଅଧି ଗ୍ରହଣର ହିସାବ ମାଗିଲେ। କିନ୍ତୁ କମିଟି ବୈଠକରେ ସରକାରୀ ଅଧିକାରୀ ତାଙ୍କୁ ତଥ୍ୟ ଦେବାକୁ ମନା କରି ଦେଲେ।

{"id":223009,"sizeSlug":"large"}

କେବଳ କମିଟି ଅଧ୍ୟକ୍ଷ କିମ୍ବା ବାଚସ୍ପତିଙ୍କୁ ହିଁ ଉତ୍ତର ଦେବେ ବୋଲି ସରକାରୀ ଅଧିକାରୀ କହିବାରୁ ରାଗିଯାଇଥିଲେ ମୋହନ ମାଝି। ବୈଠକ ଅଧାରୁ ଉଠିଆସିଥିଲେ। କହିଛନ୍ତି ୧୦ ବର୍ଷରେ ଉପା ସରକାର ଓଡିଶାକୁ ୪୨୩୨ କୋଟି ଟଙ୍କାର ପ୍ରକଳ୍ପ ଦେଇଥିବା ବେଳେ  ମୋଦି ସରକାର ସମୟରେ ୨୯ହଜାର ୧୧୨ କୋଟି ଟଙ୍କାର ପ୍ରକଳ୍ପ ଆସିଛି।ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ଅନୁଦାନ ଅର୍ଥ ଫେରିଯାଉଛି ବୋଲି କହି ସେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ରେଳମନ୍ତ୍ରୀଙ୍କୁ ଅଭିଯୋଗ କରିବା ଲାଗି ଏକ କମିଟି ଦିଲ୍ଲୀ ଗସ୍ତ କରିବାକୁ ଥିବା ବେଳେ ଏଥିରେ ସେ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୋହନ ମାଝି । ଏପଟେ ଓଲଟା  କଂଗ୍ରେସ ମୋହନ ମାଝିଙ୍କୁ ଜବାବ ଦେଇଛି।

{"id":223010,"sizeSlug":"large"}

ଚଳିତ ବର୍ଷ ​‌ରେଳ ବଜେଟରେ କେନ୍ଦ୍ରସରକାର ଓଡ଼ିଶା ପ୍ରତି ଅନ୍ୟାୟ କରିଥିବା ଦର୍ଶାଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକ ଡାକିଥିଲେ । ପୂର୍ବବର୍ଷ ଅପେକ୍ଷା ଓଡ଼ିଶା ପ୍ରତି ଅନୁଦାନ ୧୬ଶହ କୋଟି ଟଙ୍କା କମାଇ ଦେଇଛନ୍ତି ଏହାକୁ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହି ବୈଠକ ଡାକିଥିଲେ ବୈଚସ୍ପତି । ବିଧାନସଭା କମିଟି ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ସାଙ୍ଗରେ ଧରି ରେଳ ମନ୍ତ୍ରୀଙ୍କୁ ସାକ୍ଷତ କରିବା ଲାଗି ନିଷ୍ପତ୍ତି ନେଇଛି । ତେଣୁ ଯେହେତୁ ବଜେଟ ପାରିତ ହୋଇନି ରାଜ୍ୟର ଦାବି ଅନୁସାରେ ଅନୁଦାନ ବରାଦ କରିବାକୁ ଦାବି କରିବ କମିଟି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.