Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ବେଙ୍ଗାଲୁରୁରେ ଓଡିଶା ପ୍ରିମିୟର ଲିଗ୍ ଟି-୨୦ : ଭୁବନେଶ୍ବର ବାଉନସରକୁ ହରାଇ ଜଗତସିଂହପୁର କଳିଙ୍ଗ ବିଜେତା

30/01/2020 at 10:23 AM

ବେଙ୍ଗାଲୁରୁ ୩୦।୧: ବେଙ୍ଗାଲୁରୁରେ ଓଡିଶା ପ୍ରିମିୟର ଲିଗ୍ ଟି-୨୦ କ୍ରିକେଟ୍ ମ୍ୟାଚ୍ ଉଦଯାପିତ ହୋଇଛି । ବେଙ୍ଗାଲୁରୁ ଓଡିଶା ୟୁଥ ଆସୋସିଏସନ ପକ୍ଷରୁ ଗତ ଦଶ ବର୍ଷ ହେବ ବେଙ୍ଗାଲୁରୁ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ଟି- ୨୦ କ୍ରିକେଟ୍ ମ୍ୟାଚ୍ ର ଆୟୋଜନ କରି ଆସୁଛି । ପ୍ରଥମେ ଟେନିସ୍ ବଲରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ବର୍ତ୍ତମାନ ଭାରତ ବର୍ଷର ଦ୍ବିତୀୟ ଶ୍ରେଣୀର ବହୁ ପ୍ରମୁଖ ରଣଜୀ ଖେଳାଳିମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଟୁର୍ଣ୍ଣାମେଣ୍ଟର ସବୁ ଟିମ୍ ମାନଙ୍କର ନାଁ ଓଡ଼ିଶାର ବଡ ବଡ ସହରମାନଙ୍କର ନାମ ଅନୁସାରେ ନାମିତ କରାଯାଇଛି । ଏଥିରେ ଓଡିଶା ପ୍ରିମିୟର୍ ଲିଗ୍ ର ଏଗାର ତମ ସଂସ୍କରଣର ଫାଇନାଲରେ ଭୁବନେଶ୍ବର ବାଉଁସରକୁ ହରାଇ ଜଗତସିଂହପୁର କଳିଙ୍ଗ ବିଜେତା ହୋଇଛି । ବିଜେତାଙ୍କୁ ନଗଦ ଅଙ୍କ ରାଶି ପଚାଶ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅପ୍ ଟିମ୍ କୁ ୩୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରା ଯାଇଥିଲା ।

ଏହି ପୁରସ୍କାର ବିତରଣୀ ଉତ୍ସବରେ ଓଡିଶାର ବହୁ କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଏହାକୁ ଉପସ୍ଥିତ ଦର୍ଶକ ବେଶ୍ ଉପଭୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବ ମାରାଥଲ୍ଲୀର ମୁନେକଲାଲ୍ ସରକାରୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ।

   Related Posts