୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳରେ ଉଲ୍ଲସିତ ଓଡିଶା ପ୍ରଦେଶ କଂଗ୍ରେସ: ହେଲେ ଓଡିଶାରେ ସଂଗଠିତ ହୋଇପାରିବ କି ଦଳ

Published By : Prameya-News7 Bureau | December 11, 2018 IST

ଭୁବନେଶ୍ବର୧୧|୧୨ : ଏବେ ଓଡ଼ିଶାରେ କଣ ହେବ। କାରଣ ଏହା ପରେ ଆସୁଛିସାଧାରଣ ନିର୍ବାଚନ ସାଙ୍ଗକୁ ଓଡ଼ିଶା ବିଧାନସଭା ନିର୍ବାଚନ। ତେଲଙ୍ଗନାକୁ ଛାଡି ଦେଲେ ୪ରାଜ୍ୟରେଜନଅସନ୍ତୋଷ ପାଇଁ ହଟିଛି ସରାକର।  କଂଗ୍ରେସର ସଫଳତାଦେଖି ରାଜ୍ୟରେ କଂଗ୍ରେସ କର୍ମୀଙ୍କ ବଳ ଫେରିଛି । ସରକାର ବିରୋଧୀ ହାୱା ବିଜେଡି ପାଇଁ ସତର୍କ ଘଣ୍ଟିହୋଇଛି। ଆଉ ୩ ରାଜ୍ୟରେ ପରାଜୟ ଦେଖିଥିବା ବିଜେପି ଆଶା କରୁଛି ଓଡ଼ିଶାରେ ସରକାର ବିରୋଧୀ ହାୱା ଚାଲିବ।

୫ ରାଜ୍ୟର ନିର୍ବାଚନ ଓଡ଼ିଶା ପାଇଁ କି ସଙ୍କେତ ଆଣୁଛି ।   କଣଦେଶରେ କଂଗ୍ରେସ ହାୱା ବହିଲାଣି । ରାହୁଲଙ୍କ ନେତୃତ୍ବକୁ ଏବେ ବଳ ମିଳିଛି। ଏମିତି ଆଶା କରି ଓଡ଼ିଶାରେକଂଗ୍ରେସ କର୍ମୀ ଉଲ୍ଲସିତ। ଏ ହେଉଛି ରାଜ୍ୟ କଂଗ୍ରେସ ଭବନର ଦୃଶ୍ୟ। ଏଠି ବାଜା ବାଜୁଛି। କଂଗ୍ରେସଟୋପି ପିନ୍ଧି ଦର୍ଶନ ଦେଲେଣି ନିରଞ୍ଜନ। ଆଉ କଟକରେ ବି କଂଗ୍ରେସ ସେଲିବ୍ରେଟ କରିଛି । ତେଣୁ ଓଡ଼ିଶାରେବି କଂଗ୍ରେସ ଆସିବ ବୋଲି ଆଶାବାନ୍ଧିଲେଣି କଂଗ୍ରେସ ନେତାଏ। ଖାଲି ସେତିକି ନୁହେଁ ଛତିଶଗଡ଼ରେ କଂଗ୍ରେସଆସୁଥିବାରୁ ମହାନଦୀ ସମସ୍ୟାର ସମାଧାନ ବାଟ ଫିଟିବ ବୋଲି କହିଛନ୍ତି ପିସିସି ସଭାପତି। 

{"id":62943}

୫ ରାଜ୍ୟରୁ ୪ଟି ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ଏହାକୁ ଯଦିସରକାର ବିରୋଧୀ ହାୱା ଜୋର ହୋଇଛି ବୋଲି ଧରାଯାଏ ତେବେ ଓଡ଼ିଶାରେ ବି ସତର୍କ ଘଣ୍ଟି । ୪ ଟର୍ମ ବିଜେଡିଶେଷ କରିଛି। ୫ମଥର ପାଇଁ ଅଣ୍ଟା ଭିଡୁଛନ୍ତି ନବୀନ । ବିଜେପି ତିନି ରାଜ୍ୟରେ ହାରିଥିଲେ ମଧ୍ୟ ଓଡ଼ିଶାବିଜେପି ନେତାଏ ଆଶା ଛାଡ଼ିନାହାନ୍ତି।  ରାଜ୍ୟରେ ବିଜେପିରସରକାର ଗଢ଼ିବା ଆଶାରେ ଅଛନ୍ତି ଦଳର ନେତାଏ। ସେପଟେ କିନ୍ତୁ ବିଜେପି ଆଶାକୁ ପଙ୍କଚର କରିଦେଇଛନ୍ତିବରିଷ୍ଠ ନେତା ଦାମ ରାଉତ।

ଏପଟେ ବିଜେପି ହାରରେ ଖୁସି ହୋଇଛି ବିଜେଡି ।  ମୋଦି ସରକାରଙ୍କୁ ଦୋଷ ଦେଇଛି ବିଜେଡି। ସାଢ଼େ ୪ବର୍ଷଭିତରେ ମୋଦି ଯାହା ପ୍ରତିଶ୍ରୁତି ପୂରଣ କରିବାରେ ଫେଲ ମରିଛନ୍ତି। ଯେଉଁଥି ପାଇଁ ମୋଦିଙ୍କୁ ଜନତାଭାରସା କରିପାରି ନାହାନ୍ତି ।  କିନ୍ତୁ ରାଜ୍ୟରେ ଜନଅସନ୍ତୋଷନାହିଁ ବୋଲି କହି ନିଜେ ଆଶ୍ବାସନା ଲାଭ କରିଛି ବିଜେଡି।

ପରବର୍ତ୍ତୀ ନିର୍ବାଚନ ଅଛି ଆଉ ମାତ୍ର କିଛି ମାସ। ଏହା ଭିତରେ ଦଳଗୁଡ଼ିକର ନିଜ ନିଜର ରଣନୀତି କରିବେ। ଭୋଟର ମଧ୍ୟ ନିଜର ମନ ସ୍ଥିର କରିବେ।  ବ୍ୟୁରୋ ରିର୍ବୋଟ ନ୍ୟୁଜ ସେଭେନ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.