Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋମୋ ନଖେଳିବା ପାଇଁ ସଚେତନତା ଆରମ୍ଭ କରିବ କମିଶନରେଟ ପୋଲିସ

3/09/2018 at 5:37 PM

ଭୁବନେଶ୍ବର୩|୯: ଏବେ ସାରା ଦେଶରେ ମୋମୋ ଖେଳକୁ ନେଇ ଆତଙ୍କ । ଆମ ରାଜ୍ୟରେ ଏହି ମୋମୋ ଖେଳରେ ଜଣେ ଛାତ୍ର ନିଜର ଜୀବନ ହାରିବା ପରେ ପୋଲିସ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ମୋମୋ ଗେମ୍ ସାରା ଦେଶରେ ଚହଳ ସୃଷ୍ଟି କରିଛି । ହ୍ୱାଟ୍ସଆପ ଫେସ୍ବୁକରେ ଆସୁଥିବା ଏହି ଖେଳ ଖେଳିବା ପରେ ଛାତ୍ର ଛାତ୍ରୀମାନେ ଏହାର ଆଡ୍ମିନ୍ କଥାରେ ପରିଚାଳିତ ହେବାକୁ ବାଧ୍ୟ ହୁଅନ୍ତି । ଆଉ ଶେଷ ପରିଣତି ସ୍ବରୁପ ଖେଳରେ ମଜି ରହିଥିବା ଯୁବକ ଯୁବତୀ ମାନଙ୍କର ଜୀବନ ପ୍ରତି ବିପଦ ମାଡିଆସିଥାଏ ।
ଗତ ୨୨ ତାରିଖରେ ଭୁବନେଶ୍ବରର ଏକ ଘରୋଇ କଲେଜର ଛାତ୍ର ଚେତନ ଏହି ଖେଳର ବଶବର୍ତ୍ତି ହୋଇ ଚେନ୍ନାଇର ଏକ ୬ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ସେପଟେ ଏହି ଖେଳରୁ ନିରିହ ଛାତ୍ର ଛାତ୍ରୀମାନଙ୍କୁ ନିବ଼ତ କରାଇବାକୁ ଭୁବନେଶ୍ବର ପୋଲିସ ଆସନ୍ତା ଶୁକ୍ରବାର ଏକ ସତେତନତା କାର୍ଯ୍ୟକ୍ରମ କରିବ । ଯେଉଁଥିରେ ଭୁବନେଶ୍ବରର କିଛି ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।
କେବଳ ମୋମୋ ନୁହେଁ ପୋଲିସ ପ୍ରତି ଛାତ୍ରଛାତ୍ରୀମାନଙ୍କ ମନରେ ରହିଥିବା ଭୟ ଓ ଦୂରତାକୁ ମଧ୍ୟ ଦୁର କରିବାକୁ ଚେଷ୍ଟା କରାଯିବ । ଜଣେ ଛାତ୍ର ହେଉ ଅବା ଛାତ୍ରୀ , ପୋଲିସ ଏଫ୍ଆଇଆର୍ କଣ , ଚାର୍ଜସିଟ କଣ , ପୋଲିସର ଛାତ୍ରଛାତ୍ରୀ ମାନଙ୍କ ପ୍ରତି କଣ କର୍ତ୍ତବ୍ୟ ରହିଛି ତାହା ମଧ୍ୟ ଏହି ଆଲୋଚନାରେ ଭାଗ ନେଉଥିବା ପିଲାମାନଙ୍କୁ ଅବଗତ କରାଇବେ ପୋଲିସ କମିଶନର ।
କେବଳ ଗୋଟିଏ କି ଦୁଇଟି ସ୍କୁଲ ନୁହେଁ ଆଗକୁ ପ୍ରତି ମାସରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଡାକି ପୋଲିସ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବାକୁ କମିଶନରେଟ ପୋଲିସର ଚେଷ୍ଟା ଜାରି ରହିବ ।

   Related Posts