Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଚୋରି ଟଙ୍କା ଉଦ୍ଧାରରେ ଓଡିଶା ପୋଲିସ୍ ଫେଲ୍: ଗତବର୍ଷ ଚୋରି ହୋଇଥିଲା ୧୩୦ କୋଟି, ପୋଲିସ୍ ପାଇଛି ତିନି ଭାଗରୁ କମ୍

2/10/2020 at 6:17 PM

ଭୁବନେଶ୍ୱର,୦୨/୧୦: ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏନ୍‌ସିଆରବି ରିପୋର୍ଟରେ ଓଡ଼ିଶା ପୁଲିସ୍‌ର ନୈରାଶ୍ୟଜନକ ସ୍ଥିତି ଦେଖିବାକୁ ମିଳିଛି । ଚୋରି ସମ୍ପତ୍ତି ଉଦ୍ଧାର କରିବାରେ ଓଡ଼ିଶା ପୁଲିସ୍‌ ଫେଲ୍‌ ମାରିଛି । ୨୦୧୯ରେ ସାରା ଓଡ଼ିଶାରୁ ୧୨୯ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ହେଲେ ପୁଲିସ୍‌ ୪୦ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରିଛି । ଅର୍ଥାତ ଚୋରି ହୋଇଥିବା ସମ୍ପତ୍ତି ମାତ୍ର ୩୧.୨ ପ୍ରତିଶତ ଜବତ ହୋଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଦକ୍ଷ ଅଫିସ୍‌ରମାନେ ଥାଇ ମଧ୍ୟା ପୁଲିସ୍‌ ବିଫଳ ହୋଇଛି ।

ଓଡ଼ିଶାରେ ୨୦୧୯ ମସିହାରେ ୧୨୯ କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ସୁନା, ଗାଡି, ସାଇକେଲ୍‌, ଗୃହ ଉପରଣ ଓ ଅନ୍ୟ ମୂଲ୍ୟବାନ ଜିନିଷ ପତ୍ର ଚୋରି ହୋଇଥିଲା । ପୁଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଥିଲା ତାନାଘନା । ଏମିତିକି ସବୁ ପ୍ରକାରର ଟେକ୍‌ନୋଲୋଜି ବ୍ୟବହାର କରିଥିଲା ଓଡ଼ିଶା ପୁଲିସ୍‌ । ହେଲେ ସମ୍ପତ୍ତି ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା । ଯଦି ଆମେ ସାରା ଦେଶର ଅନ୍ୟ ରାଜ୍ୟ ସହିତ ତୁଳନା କରିବା ତା’ହେଲେ ସମ୍ପତ୍ତି ଉଦ୍ଧାର କରିବାରେ ଓଡ଼ିଶାର ସ୍ଥାନ ହେଉଛି ୧୮ ନମ୍ବର । ଯଦି ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ କଥା ଦେଖିବା ତା’ହେଲେ ଓଡ଼ିଶା ପୁଲିିସ୍‌ଠାରୁ ତାଙ୍କର କାର୍ଯ୍ୟ ଦକ୍ଷତା ଢେର ଗୁଣ ଅଧିକ । ୨୦୧୯ରେ ପଶ୍ଚିମବଙ୍ଗରୁ ୭୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୁଲିସ୍‌ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗରଫ କରି ସେମାନଙ୍କ ଠାରୁ ୨୫ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଅର୍ଥାତ ୩୪.୭ ଧ ସମ୍ପତ୍ତି ଜବତ କରିଛି ପଶ୍ଚିମବଙ୍ଗ ପୁଲିସ୍‌ । ସେହିଭଳି ଆନ୍ଧ୍ରପ୍ରଦେଶରୁ ୨୦୧୯ରେ ୧୩୦ କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୁଲିସ୍‌ ୬୨ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତିି ଉଦ୍ଧାର କରିଛି । ଅର୍ଥାତ ୪୭.୬% ମୂଲ୍ୟର ସମ୍ପତ୍ତି ଉଦ୍ଧାର କରିଛି ଆନ୍ଧ୍ରପ୍ରଦେଶ ପୁଲିସ୍‌ । ତାମିଲନାଡୁ ପୁଲିସ୍‌କୁ ଅନେକ ସଫଳତା ମିଳିଛି । ୨୦୧୯ରେ ତାମିଲନାଡୁରୁ ୧୭୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୁଲିସ୍‌ ୧୧୮ କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରିଛି । ଅର୍ଥାତ ୬୮.୭% ସମ୍ପତ୍ତି ଉଦ୍ଧାର କରିଛି ତାମିଲନାଡୁ ପୁଲିିସ୍‌ । ମହାରାଷ୍ଟ୍ରରେ ୯୭୭ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ହେଲେ ମାତ୍ର ୨୮୦ କୋଟି ୯୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର ହୋଇଛି ।

ଯଦି ଆମେ ସାରା ଦେଶର ସ୍ଥିତିକୁ ଦେଖିବା ତା’ହେଲେ ପୂରା ପୁଲିସ୍‌ ବ୍ୟବସ୍ଥା ଉପରେ ଲୋକଙ୍କର ଭରସା ତୁଟି ଯିବ । ୨୯ ଟି ରାଜ୍ୟ ଓ ୭ ଟି କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ୍‌ ୪୭୧୯.୨ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ହେଲେ ଉଦ୍ଧାର ହୋଇଛି ମାତ୍ର ୧୪୫୧.୬ କୋଟି ଟଙ୍କାର ସମ୍ପତ୍ତି । ଅର୍ଥାତ ସାରା ଦେଶରୁ ମାତ୍ର ୩୦.୮% ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଛି । ୨୦୧୮ରେ ସାରା ଦେଶରୁ ୩୫.୧% ଓ ୨୦୧୭ରେ ୨୫.୯% ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଥିଲା ।

୨୦୧୯ର ନୁହେଁ, ବିଗତ ବର୍ଷମାନଙ୍କରେ ମଧ୍ୟ ଓଡ଼ିଶା ପୁଲିସ୍‌ର କାର୍ଯ୍ୟ ଦକ୍ଷତା ଅତ୍ୟନ୍ତ ଖରାପ । ୨୦୧୮ରେ ଓଡ଼ିଶାରୁ ୧୧୯ କୋଟି ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୁଲିସ୍‌ ତଦନ୍ତ କରି ମାତ୍ର ୩୪ କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର କରିଛି । ୨୦୧୭ରେ ୧୩୩ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ପୁଲିସ୍‌ ମାତ୍ର ୨୯ କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଉଦ୍ଧାର କରିଥିଲା । ଏ ସବୁ ଦେଖିବାପରେ ଓଡ଼ିଶା ପୁଲିସ୍‌ର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠୁଛି । ପୁଲିସ୍‌ ଖାଲି ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଉଛି । ଚୋରି ସମ୍ପତ୍ତି ଉଦ୍ଧାର କରି ଅଭିଯୋଗାକରୀଙ୍କୁ ଫେରାଇବାରେ ବିଫଳ ହୋଇଛି । ସବୁ ଠାରୁ ବଡ଼ କଥା ହେଲା ଓଡ଼ଶା ପୁଲିସ୍‌ ପାଖରେ ସବୁ ପ୍ରକାର ଜ୍ଞାନ କୌଶଳ ଥାଇ ମଧ୍ୟ କୌଣସି କାମରେ ଆସୁନି । ଫଳରେ ବର୍ଷ ବର୍ଷ ଧରି ସମ୍ପତ୍ତି ଉଦ୍ଧାର କରିବାରେ ଓଡ଼ିଶା ପୁଲିସ୍‌ର ସ୍ଥିତି ନୈରାଶ୍ୟଜନକ । ଏହା ଉପରେ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ କିଛି ଆଲୋଚନା କରୁନଥିବା ଏଥିରୁ ଜଣାପଡୁଛି ।

   Related Posts