କୋଟିଆରେ ଅନୁପ୍ରବେଶ କରୁଛି ଆନ୍ଧ୍ର, ସ୍ୱାସ୍ଥ୍ୟ ଅଧିକାରୀଙ୍କ ବାଟ ଓଗାଳିଲା ଓଡ଼ିଶା ପୋଲିସ୍‌

Published By : Prameya-News7 Bureau | October 23, 2021 IST

କୋଟିଆ, ୨୩/୧୦: ଆନ୍ଧ୍ର କର୍ମଚାରୀଙ୍କୁ ବାଟ ଓଗାଳିଲା ଓଡିଶା ପୋଲିସ । କୋଟିଆର ଉପରସେମ୍ବିରେ ଆନ୍ଧ୍ର ସ୍ବାସ୍ଥ୍ୟ ଶିବିର କରିବାକୁ ଯିବାବେଳେ କର୍ମଚାରୀଙ୍କୁ ଅଧାବାଟରେ ଅଟକାଇଛି ଓଡିଶା ପୋଲିସ। ଗତକାଲି ଠାରୁ କୋଟିଆରେ ଡେରା ପକାଇଛନ୍ତି ଓଡିଶା ପୋଲିସ ଓ ପ୍ରଶାସନିକ ଅଧିକାରୀ।

କୋଟିଆର ଉପରସେମ୍ବି ଓ ତଳସେମ୍ବି  ଗ୍ରାମରେ ଆନ୍ଧ୍ର ଅଧିକାରୀଙ୍କୁ ପଶିବାକୁ ଦେବୁନାହିଁ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି । କିଛିଦିନ ହେବ ଆନ୍ଧ୍ର ଅଧିକାରୀ ଓ ଆନ୍ଧ୍ର ପକ୍ଷରୁ ନିୟୋଜିତ ଦଲାଲ୍ ମାନେ ଲଗାତର ଭାବେ କୋଟିଆରେ ଅନୁପ୍ରବେଶ କରି ଆନ୍ଧ୍ର ସରକାରଙ୍କ କାର୍ଯ୍ୟକ୍ରମ ଜାରି ରଖିଥିଲେ। ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କୋରାପୁଟ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.