ଅଭିଜିତଙ୍କ ସୁରକ୍ଷା ନେଇ ଖୁବ ସତର୍କ ଥିଲା ପୋଲିସ ; ସମସ୍ତଙ୍କୁ ଚକମା ଦେଇ ଗୃହ କମିଟିରେ ପହଁଚିଲେ ଅଭିଜିତ

Published By : Prameya-News7 Bureau | October 23, 2018 IST

ଭୁବନେଶ୍ୱର ୨୩/୧୦ : ଅଭିଜିତ ଆୟାର ଆସି ବିଧାନସଭା ଗୃହ କମିଟିରେ ହାଜର ହେବା ଏଥିସହିତ ତାଙ୍କ ବିରୋଧରେ ଥିବା ପୂର୍ବ ମାମଲା ଗୁଡ଼ିକରେ ତାଙ୍କୁ ଜେରା କରିବାରେ ପୋଲିସ ବେଶ୍  ସତର୍କତା ଅବଲମ୍ବନ କରିଥିଲା । ଅଭିଜିତଙ୍କ ସୁରକ୍ଷା ପ୍ରତି ବେଶ୍  ଯତ୍ନବାନ ଥିଲା। ଏଏନଆଇ ବାଇଟରୁ ଆରମ୍ଭ କରିବା-   ୨୨ରେ ପହଞ୍ଚିବି ୨୩ରେ ହାଜର ହେବି। ଏକଥା ପୂର୍ବରୁ ସୂଚନା ଦେଇଥିଲେ ଅଭିଜିତ୍ । କିନ୍ତୁ ୨୨ରେ କେତେବେଳେ ଆସିଲେ, ଆଉ ୨୩ରେ ଗୃହ କମିଟରେ କୋଉବାଟ ଦେଇ ପହଞ୍ଚିଲେ, ସେନେଇ କେବି ଟେର୍‌ ପାଇନଥିଲେ। ଜଣାଯାଉଥିଲା ଅଭିଜିତ୍‌ ମାମଲାରେ ଖୁବ ସତର୍କ ଥିଲା ପୋଲିସ । ୧- ଅଭିଜିତଙ୍କୁ ସୁରକ୍ଷା ଦେବା ନେଇ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। - ୨ରେ ଅଭିଜିତଙ୍କ ଉପରେ କୌଣସି ଆକ୍ରମଣ ହୋଇଥିଲେ ଏହା ରାଜ୍ୟର ଛବି ପ୍ରତି ଆଞ୍ଚ ଆଣିଥାନ୍ତି।  ଗୃହ କମିଟି ଆଗରେ ହାଜର ହୋଇ ନିଜର ମତ ରଖିବା ପରେ ଦିନ ଦୁଇଟା ବେଳକୁ ବାହାରକୁ ବାହାରିଥିଲେ ଅଭିଜିତ । ସେଠାରେ ପୁର୍ବରୁ ଜଗି ରହିଥିବା କମିସନରେଟ ପୋଲିସର ଦୁଇଜଣ ଏସିପି ବିଧାନସଭାର କ୍ୟାଣ୍ଟିନ ଦ୍ବାର ଦେଇ ଅଭିଜିତଙ୍କୁ ନେଇ ଚାଲିଯାଇଥିଲେ । ଏଠାରେ ମଧ୍ୟ ଗଣ ମାଧ୍ୟମ ଓ ଅନ୍ୟମାନେ କିଛି ସୁରାକ  ପାଇପାରିନଥିଲେ । କମିସନରେଟ ପୋଲିସ ଅଭିଜିତଙ୍କୁ ନେଇ ପ୍ରଥମେ ସ୍ପେଶାଲ ସ୍କ୍ବାର୍ଡ ଓ ପରେ ଭୁବନେଶ୍ବର ରିଜର୍ଭ ଗ୍ରାଉଣ୍ଡରେ ରଖିଥିଲା । ସହିଦନଗର ଥାନାରେ ପୂର୍ବରୁ ଅଭିଜିତଙ୍କ ନାଁରେ ମାମଲା ରୁଜୁ ହୋଇଥିବାରୁ ସେଠାରେ ତାଙ୍କୁ ପଚରାଉଚୁରା କରାଯାଇଛି। ମଙ୍ଗଳବାର ବିଧାନସଭା ଭିତର  ଓ ବାହାର ପୋଲିସ ଛାଉଣିରେ ପରିଣତ ହୋଇଥିଲା । ନିଜେ ପୋଲିସ ଡିଜି ଓ କମିସନର ବୁଲି ବୁଲି  ସୁରକ୍ଷା ବ୍ୟବସ୍ଥାର ଜାଞ୍ଚ କରିଥିଲେ । ଅନ୍ୟପଟେ ପୁରୀ ପୋଲିସ ମଧ୍ୟ ଅଭିଜିତଙ୍କ ଓଡିଶା ଆସିଥିବା ଖବର ପାଇ ପହଁଚିଥିଲା ଭୁବନେଶ୍ବରରେ । ପୋଲିସ ଡିଜିଙ୍କ ସହିତ ପୁରୀ ପୋଲିସର ଦିର୍ଘ ସମୟ ଧରି ଆଲୋଚନା କରିଥିଲା। ଅଭିଜିତଙ୍କୁ  କମିସନରେଟ ପୋଲିସର ପଚରା ଉଚୁରା ପରେ ପୁରୀ ପୋଲିସ ମଧ୍ୟ ପଚରାଉଚରା କରିବ । ଚିଲିକା ଉପରେ ହେଲିକପ୍ଟ ଉଡ଼ାଣ ବାବଦରେ ଅଭିଜିତଙ୍କ ଉତ୍ତର ଜାଣିବ । ବର୍ତ୍ତମାନ ସୁଦ୍ଧା ଅଭିଜିତଙ୍କୁ ହାଜିରା, ଜେରା ପଚରାଉଚରା ଭିତରେ ସୀମିତ ରଖିଛି । ତାଙ୍କୁ ଗିରଫ କରାଯିବ କି ନାହିଁ ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.