Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାଜ୍ୟରେ କୋଭିଡ ସ୍ଥିତି ନେଇ ପୋଲିସ ଡିଜିଙ୍କ ପ୍ରେସ ବାର୍ତ୍ତା : ‘ସଂକ୍ରମଣ କମିଛି ଶେଷ ହୋଇନି, ଏବେବି ସଚେତନତା ଏବଂ ସତର୍କତା ଜରୁରୀ’

17/06/2021 at 5:01 PM

ଭୁବନେଶ୍ବର ୧୭/ ୦୬ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ କୋଭିଡ୍ ବାର୍ତ୍ତା ଦେଇଛନ୍ତି ପୋଲିସ ଡିଜିପି ଅଭୟ । କୋଭିଡ କଟକଣା କୋହଳ ହୋଇଥିଲେ ସୁଦ୍ଧା ନିୟମ କଡାକଡି ଭାବେ ପାଳନ କରିବାକୁ ଲୋକମାନଙ୍କୁ ଅପିଲ କରିଛନ୍ତି ପୋଲିସ ଡିଜି । ଏହା ସହିତ ଦେଶ ତଥା ରାଜ୍ୟରେ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ଏଥି ପାଇଁ ସଜାଗ ରହିବାକୁ ହେବ । ତେଣୁ ବର୍ତ୍ତମାନ ଠାରୁ ହିଁ ସଜାଗ ରହିବା ସହିତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ ଗାଇଡଲାଇନ ପାଳନ କରିବାକୁ ଅପିଲ କରିଛନ୍ତି ପୋଲିସ ପ୍ରଶାସକ ।

ପୋଲିସ ଡିଜି ଅଭୟ କହିଛନ୍ତି, ‘ ସଂକ୍ରମଣ କମିଛି ଶେଷ ହୋଇନି, ଏବେବି ସଚେତନତା ଏବଂ ସତର୍କତା ଜରୁରୀ । ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଏଥିପାଇଁ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ । କିନ୍ତୁ ବର୍ତ୍ତମାନ ସୁଦ୍ଧା କରୋନା ବିରୁଦ୍ଧରେ ଲଢେଇ ଶେଷ ହୋଇନାହିଁ । ଆମେ ଏହାକୁ ହାଲକା ଭାବେ ନନେଇ ନିୟମକୁ ଆହୁରି କଡାକଡି ଭୋବ ପାଳନ କରିବାକୁ ହେବ । ଏହା ସହିତ କିଛି ଅମାନିଆ କୋଭିଡ ନିୟମ ମାନୁ ନଥିବା ପୋଲିସ ନଜରକୁ ଆସୁଛି । ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମୋଟା ଅଙ୍କର ଫାଇନ ମଧ୍ୟ କଟାଯାଉଛି । ତେଣୁ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଅମାନିଆ ନହୋଇ ଅତି ଆବଶ୍ୟକ ଥିଲେ ହିଁ ଘରୁ ବାହାରକୁ ବାହାରନ୍ତୁ ।’

   Related Posts