ଗଞ୍ଜାମ ଗସ୍ତରେ ପୋଲିସ ଡିଜି ଅଭୟ ,ଜିଲ୍ଲାରେ କରୋନା ସ୍ଥିତି ନେଇ ସମୀକ୍ଷା

Published By : Prameya-News7 Bureau | April 12, 2020 IST

ବହ୍ମପୁର ୧୨।୦୪: ଗଞ୍ଜାମ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । ଗଞ୍ଜାମ ଜିଲ୍ଲାରେ କେମିତି ରହିଛି କରୋନା ସ୍ଥିତି ତାହାର ସମୀକ୍ଷା କରିବା ପାଇଁ ଡିଜିପି ଗଞ୍ଜାମ ଗସ୍ତ କରିଛନ୍ତି । ଡିଜିପିଙ୍କ ସାଙ୍ଗରେ ଅଛନ୍ତି ଗଞ୍ଜାମ ଏସପି ବ୍ରିଜେସ ରାୟ । ଖଲ୍ଲିକୋଟ, ରମ୍ଭା ପରେ ଛତ୍ରପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ମଧ୍ୟ ସେ ଆଲୋଚନା କରିଥିବା ଜଣାପଡ଼ିଛି ।

{"id":252808,"sizeSlug":"large"}

ରବିବାର ଦିନ ଓଡିଶା ପୋଲିସ ଡିଜି ଅଭୟ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଅଛନ୍ତି । ଜିଲ୍ଲାରେ ଲକ୍‌ଡାଉନ୍‌ ସମୟରେ କିଭଳି ଆଇନଶୃଙ୍ଖଳା ସ୍ଥିତି ରହିଛି । ସେନେଇ ଅନୁଧ୍ୟାନ ସହ ସମୀକ୍ଷା ବୈଠକ କରୁଛନ୍ତି । ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.