Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଡିଙ୍ଗା ଥାନା ହାଜତ ମୃତ୍ୟୁ ମାମଲାରେ ଆଇଆଇସି ପୁଷ୍ପେନ୍ଦୁ ସାଗର ନିଲମ୍ବିତ

17/06/2019 at 9:53 PM

ନବରଙ୍ଗପୁର ୧୭।୬: କୋଡିଙ୍ଗା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗେ ପୋଲିସ ଡିଜି ଡା. ଆର.ପି.ଶର୍ମା ଏହି ପଦକ୍ଷେପ ନେଇଛନ୍ତି। ଶନିବାର  କୋଡିଙ୍ଗା ଥାନା ହାଜତରେ ଜଣେ ବ୍ୟକ୍ତିର  ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ଆଇଆଇସି ମାମଲାର ତଦନ୍ତ ନ କରିବାରୁ ଲୋକେ ଥାନା ଘେରାଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଣୁ ଦାୟିତ୍ୱରେ ଅବହେଳା ଯୋଗୁ ସାଗରଙ୍କୁ ନିଲମ୍ବନ କରାଯାଇଛି।

ଶନିବାର କୋଡ଼ିଙ୍ଗା ପୋଲିସ ଖୁଟିଗୁଡା ହାଟରେ କୁକୁଡ଼ା ଲଢେ଼ଇ ଖେଳ ହେଉଥିବା ଖବର ପାଇ  ଚଢ଼ଉ କରିଥିଲା । ସେଠାରୁ  ପୋଲିସ  ବଡପଞ୍ଜରିଆ ଗାଁର ଗୋବର୍ଦ୍ଧନ ବିନ୍ଧାଣୀ ଓ କମଳୁ ହରିଜନକୁ ଥାନାକୁ ଧରିନେଇଥିଲା।  ତେବେ ସେମାନଙ୍କ ମଧ୍ୟରୁ ପୋଲିସ କେବଳ କମଳୁ ହରିଜନକୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଜଣକର ଖୋଜ ଖବର ମିଳିନଥିଲା। ତେବେ ହସ୍ପିଟାଲରେ ଥିବା ଅଭିଯୁକ୍ତ କମଳୁ ୨ ଜଣକୁ ପୋଲିସ ମାଡ ମାରିଥିବା କହିଥିଲା। ଏଣୁ ଗୋବର୍ଦ୍ଧନକୁ ପୋଲିସ ପିଟିପିଟି ହତ୍ୟା କରିଥିବା ସନ୍ଦେହରେ  ଗ୍ରାମବାସୀ କୋଡ଼ିଙ୍ଗା ଥାନା ଘେରାଉ କରିଥିଲେ । ମୃତକଙ୍କ ଶବକୁ  ପୋଲିସ ଲୁଚାଇ ରଖି ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରି ଥାନାରେ ବ୍ୟାପକ ଭଙ୍ଗା ରୁଜା କରିଥିଲେ । ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ବ୍ୟାପକ ଲାଠିଚାର୍ଜ କରିଥିଲା। ଫଳରେ ଅନେକ ଲୋକ ଆହତ ହୋଇଥିଲେ।    

ପରେ ମୃତକଙ୍କ ଶବ ବ୍ୟବଛେଦ କରି ତାଙ୍କ ପରିବାର ଲୋକଙ୍କୁ ଦେବା ପାଇଁ ବାହାରିଥିଲା ପୋଲିସ । କିନ୍ତୁ ପରିବାର ଲୋକେ ମୃତଦେହ ନେବାକୁ ମନା କରିଦେଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀଙ୍କୁ ପୋଲିସ ବୁଝାଇବାରେ ବିଫଳ ହୋଇଥିଲା । ଏଣୁ ରବିବାର ରାତି ୧୦ଟା ପରେ ମହାପ୍ରୟାଣ ଗାଡିରେ ମୃତ ଗୋବର୍ଦ୍ଧନଙ୍କ ନିଜ ଗାଁ ବଡପଞ୍ଜରିଆଗୁଡାକୁ ପୋଲିସ ଶବ ପଠାଇଦେଇଥିଲା । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବା ସହ ଲୋକେ  ଡ୍ରାଇଭର ସହ ମହାପ୍ରାୟଣ ଗାଡିକୁ ଅଟକ ରଖିଥିଲେ। ତେବେ ଏନେଇ କୋଡିଙ୍ଗା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲେ । ଏଣୁ ଦାୟିତ୍ୱରେ ଅବହେଳା ପାଇଁ ସାଗରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି।

   Related Posts