Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜିଠୁ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ; ମାଟ୍ରିକ୍ ଭଳି ବିଭ୍ରାଟ ଏଡାଇବାକୁ ସତର୍କତାମୂଳକ ପଦକ୍ଷେପ

7/03/2019 at 8:10 AM

ଭୁବନେଶ୍ବର ୭|୩ : ଆଜିଠୁ  ଚଳିତ ବର୍ଷର  ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ହଜାରେ ୯୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ । କଳାରେ ୨ ଲକ୍ଷ ୩୫ ହଜାର ୧୮୩, ବିଜ୍ଞାନରେ ୯୯ ହଜାର ୧୮, ବାଣିଜ୍ୟରେ ୨୭ ହଜାର ୨୭୮ ଏବଂ ଭୋକେସନାଲରେ ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ  ରହିଛନ୍ତି  । କଡା ସୁରକ୍ଷା ମଧ୍ୟରେ  ୧ହଜାର୨୦୨ଟି ହବ୍‌ରେ ରଖାଯାଇଥିଲା ପ୍ରଶ୍ନପତ୍ର ।

ପ୍ରଥମେ ୧୦୯୧ଟି ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ପରେ ଏହାକୁ ୧୦୯୩କୁ ବୃଦ୍ଧି କରାଯାଇଥିଲା । ଅଧିକାଂଶ କେନ୍ଦ୍ରରେ ଲାଗିଛି ସିସିଟିଭି । ଏଥର ପରୀକ୍ଷାର୍ଥୀଙ୍କ ପାଇଁ କିଛି ନୂଆ କଟକଣା କରାଯାଇଛି । ପରୀକ୍ଷା ହଲ୍‌କୁ ଘଣ୍ଟା କି ମୋବାଇଲ୍ ନେଇପାରିବେନି ପରୀକ୍ଷାର୍ଥୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି କଡା ପଦକ୍ଷେପ ଗ୍ରହଣ କରିଛି ।  ମାଟ୍ରକ୍ ପରୀକ୍ଷା ଭଳି ବିଭ୍ରାଟ ଯେଭଳି ଯୁକ୍ତ ୨ ରେ ରିପିଟ୍ ନହେବ ସେଥିପାଇଁ ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଅଧଘଣ୍ଟା ଆଗରୁ ପରୀକ୍ଷାକେନ୍ଦ୍ରରେ  ପରୀକ୍ଷାର୍ଥୀ ପ୍ରବେଶ କରିବାକୁ କୁହାଯାଇଛି । ଦୁଇଟି ପଯ୍ୟାୟରେ ଯାଞ୍ଚ୍ କରାଯିବ । ବ୍ଲାକ୍ ବଲ୍ ପଏଣ୍ଟ ପେନରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ର ବଣ୍ଟାଯିବା ପରେ ବଳକା ପ୍ରଶ୍ନକୁ ସଙ୍ଗେ ସଙ୍ଗେ ସିଲ୍ କରାଯିବ । ଭାଇରାଲ୍ ରୋକିବା ପାଇଁ ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀ ରୋଲ୍ ନମ୍ବର ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ରୋଲ୍ ନମ୍ବର ବ୍ୟତୀତ ଯେଉଁମାନେ ପ୍ରଶ୍ନପତ୍ରରେ କିଛି ଲେଖିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ମାଟ୍ରିକ ପରୀକ୍ଷାକୁ ନେଇ ବିବାଦରେ ଥିବା ମାଲକାନଗିରି ଜିଲ୍ଲାରେ ଏଥର ଯୁକ୍ତ ୨ ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ୧୮ଟି କଲେଜର ୪୧୨୧ ଛାତ୍ରଛାତ୍ରୀ ୧୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ରରେ ଜଣେ ଅବଜରଭର ଏବଂ ହବ୍‌ରେ ଜଣେ ମାଜିଷ୍ଟ୍ରେଟ ରହିବେ ।  ପ୍ରଥମ ଥର ପାଇଁ ୨୦୧୭ ସୁଦ୍ଧା ରେଜିଷ୍ଟ୍ରେସନ କରିଥିବା ପରୀକ୍ଷାର୍ଥୀଙ୍କୁ ଏଥର ହଳଦିଆ ପ୍ରଶ୍ନ ଦିଆଯିବ । ୨୦୧୮ ସୁଦ୍ଧା ରେଜିଷ୍ଟେସନ କରିଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଧଳା ପ୍ରଶ୍ନପତ୍ର । ୨୮ ତାରିଖରେ ଥିବା ବାୟୋଲୋଜି ପରୀକ୍ଷା ୨ଟି ସେସନରେ କରିବାକୁ କାଉନ୍‌ସିଲ ନିଷ୍ପତ୍ତି ନେଇଛି ।

   Related Posts