ଆଜିଠାରୁ ଯୁକ୍ତ ୨ କଳା ପରୀକ୍ଷା ଆରମ୍ଭ ; ପ୍ରଥମ ଦିନରେ ମାତୃଭାଷା ଓଡିଆ ପରୀକ୍ଷା

Published By : Prameya-News7 Bureau | March 08, 2019 IST

ଭୁବନେଶ୍ବର ୮|୩ :  ଆଜିଠାରୁ ଯୁକ୍ତ ୨ କଳା ପରୀକ୍ଷା ଆରମ୍ଭ । ଆଜି ପ୍ରଥମ ଦିନରେ ମାତୃଭାଷା ଓଡିଆ ପରୀକ୍ଷା ହେବ । ଏ ବର୍ଷ ୧ହଜାର ୯୩ କେନ୍ଦ୍ରରେ ପରୀକ୍ଷା ଦେବେ ୧୫୫୬ ଟି ଜୁନିୟର କଲେଜର ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ । କେବଳ କଳାରେ ୨ ଲକ୍ଷ ୩୫ ହଜାର ୧୮୩ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୯୦ ପ୍ରତିଶତ କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । କଡ଼ା ସୁରକ୍ଷା ମଧ୍ୟରେ ୨୦୨ ଟି ହବ୍ ରେ ରଖାଯାଇଛି ପ୍ରଶ୍ନପତ୍ର । କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି । ପ୍ରଶ୍ନପ୍ରତ୍ର ଭାଇରାଲ ଭଳି ଘଟଣା ରୋକିବାକୁ ବିଶେଷ ଧ୍ୟନ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ମୋବାଇଲ ଓ ସ୍ମାଟ ୱାଚକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.