Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||

ବଲିଉଡରେ ଲୋକପ୍ରିୟ ଓଡିଶାର ଏହି ୧୦ ଜଣ କଳାକାର

13/10/2019 at 3:53 PM

୧- ସାଧୁ ମେହେର: ୧୯୭୪ ମସିହାରେ ଅଭିନେତା ସାଧୁ ମେହେର ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ। ୭୦ ଦଶକର ଜଣେ ପ୍ରତିଷ୍ଠିତ ଅଭିନେତା ଭାବେ ସେ ପରିଚିତ।

ବଲିଉଡ ସୁପରହିଟ୍‌ ଫିଲ୍ମ ଅଙ୍କୁରରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏହା ବ୍ୟତୀତ ସେ ଅନ୍ୟାନ୍ୟ ହିନ୍ଦି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

୨- ନୀଳ ମାଧବ ପଣ୍ଡା:

୧୯୭୩ ମସିହା ଅକ୍ଟୋବର ମାସ ୧୮ ତାରିଖ ଓଡିଶାର ସନପୁର ଜିଲ୍ଲାରେ ଜନ୍ମ ହୋଇଥିଲେ। ନୀଳ ମାଧବ ବଲିଉଡର ଜଣେ ସଫଳ ପ୍ରଯୋଜକ ତଥା ନିର୍ଦ୍ଦେଶକ। ଆଇ ଏମ୍‌ କଲାମ ଭଳି ଅନେକ ହିଟ୍‌ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଏହି ଓଡିଆ ବ୍ୟକ୍ତି ନୀଳ ମାଧବ ପଣ୍ଡା। ଆଜି ବଲିଉଡରେ ସେ ଜଣେ ସଫଳ ନିର୍ଦ୍ଦେଶକ ଓ ପ୍ରଯୋଜକ।  

୩- ପୀତବାସ ତ୍ରୀପାଠି: ବରିଷ୍ଠ ଅଭିନେତା ପୀତବାସ ତ୍ରୀପାଠି ନିଜ ପ୍ରତିଭା ପାଇଁ ବଲିଉଡରେ ବେଶ ଚର୍ଚ୍ଚିତ। ପୀତବାସ ତ୍ରୀପାଠି ହିନ୍ଦି ସିନେମା ଜଗତର ଜଣେ ବରିଷ୍ଠ ଅଭିନେତା । ତାଙ୍କ ପ୍ରତିଭା ଓ ଅଭିନୟ ଯୋଗୁଁ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ପୀତବାସ ତ୍ରୀପାଠି ଜଣେ ଓଡିଆ । ଓଡିଶାର ନୟାଗଡରେ ତାଙ୍କ ଜନ୍ମ ।

୪- କ୍ରିଷ୍ଣା ବେଉରା: ବଲିଉଡର ପ୍ରସିଦ୍ଧ ଗାୟକ କ୍ରିଷ୍ଣା ବେଉରା ନିଜ ଗୀତ ଦ୍ବାରା ଲୋକଙ୍କ ମନ ଜିତି ନେଇଥିଲେ। ହିଟ୍‌ ହୋଇଥିବା ହିନ୍ଦୀ ଫିଲ୍ମ Chak De India ଓ Namastey London ରେ ସେ ନିଜର ସ୍ୱର ଦ୍ବାରା ଅନେକ ଦର୍ଶକଙ୍କ ଦିଲରେ ରାଜ କରିଥିଲେ। ବାଙ୍କୀ, କଟକ ହେଉଛି କ୍ରିଷ୍ଣା ବେଉରାଙ୍କ ଜନ୍ମ ସ୍ଥାନ ।

୫- ନନ୍ଦିତା ଦାସ: ଏହି ମଲ୍‌ଟିଟାଲେଣ୍ଟେଡ୍‌ ଅଭିନେତ୍ରୀ ନିଜ ପରିଶ୍ରମ ଯୋଗୁଁ ପ୍ରତିଷ୍ଠା ଲାଭ କରିଥିଲେ। ପ୍ରତିଭାଶାଳୀ ଅଭିନେତ୍ରୀ ନନ୍ଦିତା ଫିଲ୍ମ ନିର୍ଦ୍ଦେଶନା ଦେଇ ମଧ୍ୟ ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ନିଜ ଅଭିନୟ ଯୋଗୁଁ ଶ୍ରେଷ୍ଠ ଅଭିନେତ୍ରୀ ତଥା ବେଷ୍ଟ ଫିମେଲ ଡେବ୍ୟୁ ପାଇଁ ପୁରସ୍କାର ପାଇଥିଲେ।

୬- ସୋନା ମହାପାତ୍ର: ଭାରତୀୟ ଗାୟିକା ତଥା ଲିରିସିଷ୍ଟ(ଗୀତିକାର) ଓ କମ୍ପଜର ସୋନା ମହାପାତ୍ର  I Hate Luv Storys ଫିଲ୍ମର ‘Bahara’ଗୀତ ଗାଇ ଫେମସ ହୋଇଥିଲେ। ପରେ ସେ ବଲିଉଡ ସହ ସମଗ୍ର ଭାରତରେ ପପୁଲାର ହୋଇଥିଲେ। Coke Studioରେ ସମ୍ବଲପୁରୀ ଗୀତ ରଙ୍ଗବତୀ ଗାଇ ସେ ବେଶ ଚର୍ଚ୍ଚାରେ ଥିଲେ। ଓଡିଶା କଟକରେ ସୋନାଙ୍କ ଜନ୍ମ ହୋଇଥିଲା।

୬- ମୀରା ନାୟର: ମୀରା ନାୟର ଜଣେ Indian American ଫିଲ୍ମନିର୍ମାତା। ସେ ନିଜର ପ୍ରଡକ୍ସନ କମ୍ପାନୀର ମାଲିକାଣୀ। ତାଙ୍କ ଫିଲ୍ମ ଉଭୟ ଭାରତ ଓ ବିଦେଶରେ ପସନ୍ଦ କରାଯାଏ। ମୀରାଙ୍କ ଜନ୍ମ ଓଡିଶା ରାଉରକେଲାରେ ହୋଇଥିଲା। ଏବେ ମୀରାଙ୍କୁ ୬୧ ବର୍ଷ।

୭- ଚନ୍ଦ୍ରଚୂଡ ସିଂହ: ବଲିଉଡ ଅଭିନେତା ଚନ୍ଦ୍ରଚୁଡ ସିଂହ ଓଡିଶାର ବଲାଙ୍ଗୀର ଜିଲ୍ଲାରେ ଜନ୍ମ ହୋଇଥିଲେ। ଫିଲ୍ମ ମାଚିସ୍‌ରେ ତବୁଙ୍କ ବିପକ୍ଷରେ ଅଭିନୟ କରି ବଡ ସଫଳତା ହାସଲ କରିଥିଲେ ଚନ୍ଦ୍ରଚୂଡ ସିଂହ। ବଲିଉଡର ସେ ଜଣେ ଦମଦାର ଅଭିନେତା ଭାବେ ପରିଚିତ। Fire, Josh, Kya Kehna and Aamdani Atthani Kharcha Rupaiya ଭଳି ହିଟ୍‌ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ଦିଲରେ ରାଜ କରୁଥିଲେ। ଆଜି ମଧ୍ୟ ପରଦାରେ ସେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରନ୍ତି।

୮- ସୁଲଗ୍ନା ପାଣିଗ୍ରାହୀ: ଟିଭି ଜଗତ ସହ ବଲିଉଡରେ ନିଜ ପ୍ରତିଭା ଓ ଅଭିନୟର ଜଲୱା ଦେଖାଇଛନ୍ତି ଓଡିଆ ଝିଅ ସୁଲଗ୍ନା ପାଣିଗ୍ରାହୀ। ଟେଲିଭିଜନ ଜଗତରେ ସେ କାମ କରି ଅନେକ ପ୍ରତିଷ୍ଠା ଲାଭ କରିଥିଲେ। ପରବର୍ତ୍ତି ସମୟରେ ସେ ହିନ୍ଦି ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ବଲିଉଡ ଫିଲ୍ମ Murder 2, Ishq Wala Love, Guru Dakshinaରେ ଅଭିନୟ କରି ସେ ଶୁବ ଲୋକପ୍ରିୟତା ହାସଲ କରିଥିଲେ। ଓଡିଶାର ବ୍ରହ୍ମପୁରରେ ସୁଲଗ୍ନାଙ୍କ ଜନ୍ମ ହୋଇଥିଲା।

୯- ସୁବାଷ ସାହୁ: ଓଡିଆ ନାଗରିକ ସୁବାଷ ସାହୁ ବେଷ୍ଟ ସାଉଣ୍ଡ ଡିଜାଇନ ପାଇଁ ଫିଲ୍ମଫେୟାର ଆୱାର୍ଡ ହାସଲ କରିଥିଲେ। ବଲିଉଡ ଫିଲ୍ମ Omkara, Kaminey, Khosla Ka Ghosla, Once Upon A Time In Mumbai ରେ ସାଉଣ୍ଡ ମିକ୍ସ ଡିଜାଇନ କରି ସେ ଖୁବ ପ୍ରତିଷ୍ଠା ଲାଭ କରିଥିଲେ। କେନ୍ଦ୍ରାପଡାରେ ସୁବାଷଙ୍କ ଜନ୍ମ ହୋଇଥିଲା।

   Related Posts