Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସବୁଠୁ ବେଶୀ ଖୁସି ଓଡିଶାବାସୀ, ଅସନ୍ତୁଷ୍ଟ ପଞ୍ଜାବର ଜନତା…

15/01/2021 at 9:13 PM

ନୂଆଦିଲ୍ଲୀ ୧୫/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ରାଜ୍ୟର ଜନତା କେତେ ଖୁସି ଅଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ନେଇ ସବୁଠୁ ଅଧିକ ଖୁସି ହେଉଛନ୍ତି ଓଡିଶାବାସୀ । ସି-ଭୋଟରର ସର୍ଭେ ଅନୁସାରେ ଓଡିଶାର ପ୍ରାୟ ୯୧ ପ୍ରତିଶତ ଜନତା କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ସେହିଭଳି ପଞ୍ଜାବରେ ୬୪ ପ୍ରତିଶତ ଜନତା କେନ୍ଦ୍ର ଓ ମୋଦିଙ୍କ କାର୍ଯ୍ୟକୁ ନେଇ ଖୁସି ନାହାନ୍ତି ।

ସି-ଭୋଟରର ସର୍ଭେ ଅନୁଯାୟୀ ଦେଶରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ କିନ୍ତୁ ଓଡିଶାବାସୀ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ନଇେ ସନ୍ତୁଷ୍ଟ ଅଛନ୍ତି । ସାରା ଦେଶରେ ବିଜେପି ଶାସିତ ରାଜ୍ୟମାନଙ୍କୁ ପଛରେ ପକାଇ ଓଡିଶାର ଜନତା କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଖୁସି ଅଛନ୍ତି ।

କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ନେଇ କେତେ ଖୁସି ଦେଶବାସୀ?

କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ନେଇ ଦେଶବାସୀ କେତେ ସନ୍ତୁଷ୍ଟ ଅଛନ୍ତି ତାହାର ତଥ୍ୟ ଦେଇଛି ସି-ଭୋଟର । ଦେଶରେ ୬୬ ପ୍ରତିଶତ ଜନତା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକୁନେଇ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସେହିଭଳି ୩୦ ପ୍ରତିଶତ ଜନତା କେନ୍ଦ୍ର ସରକାରଙ୍କ କାମକୁ ନାପସନ୍ଦ କରିଛନ୍ତି । ଏହାବାଦ ୪ ପ୍ରତିଶତ ଜନତା କୌଣସି ରାୟ ଦେବାକୁ ମନା କରିଦେଇଛନ୍ତି ।

NDA  ଶାସିତ ରାଜ୍ୟମାନଙ୍କରେ ଲୋକମାନେ କେତେ ଖୁସି ?

NDA  ଶାସିତ ରାଜ୍ୟମାନଙ୍କରେ ଲୋକଙ୍କ ମୁଡ୍ ପରଖିଛି ସି-ଭୋଟର । ରିପୋର୍ଟ ଅନୁଯାୟୀ ଆସାମରେ ୪୩ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀଙ୍କ ଏବଂ ୫୪ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଖୁସି ଅଛନ୍ତି । ସେହିଭଳି ବିହାରରେ ମୁଖ୍ୟମନ୍ତ୍ରୀଙ୍କୁ ୩୭ ପ୍ରତିଶତ ଏବଂ ପ୍ରଧାନମନ୍ତ୍ରୀଙ୍କୁ ୫୪ ପ୍ରତିଶତ ଜନତା ପସନ୍ଦ କରନ୍ତି । ଗୋଆରେ ୪୯ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଏବଂ ୮୦ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ଉପରେ ଖୁସି ଅଛନ୍ତି । ଗୁଜରାଟରେ ୪୭ ପ୍ରତିଶତ ମୁଖ୍ୟମନ୍ତ୍ରୀ  ଓ ୬୨ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଖୁସି ଅଛନ୍ତି ।

ଉତ୍ତର ପ୍ରଦେଶରେ ୩୫ ପ୍ରତିଶତ ମୁଖ୍ୟମନ୍ତ୍ରୀ  ଓ ୨୩ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଖୁସି ଅଛନ୍ତି । ଉତ୍ତରାଖଣ୍ଡରେ ୦.୪ ପ୍ରତିଶତ ମୁଖ୍ୟମନ୍ତ୍ରୀ  ଓ ୪୬ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଖୁସି ଅଛନ୍ତି । ମଧ୍ୟ ପ୍ରଦେଶରେ  ୫୧ ପ୍ରତିଶତ ମୁଖ୍ୟମନ୍ତ୍ରୀ  ଓ ୬୮ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଖୁସି ଅଛନ୍ତି ।

   Related Posts